ଭାରତରେ ବନ୍ଦ ହେବ ନାହିଁ ଅକ୍ସଫୋର୍ଡ ଟିକା ପରୀକ୍ଷଣ: ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା

ଭାରତରେ ବନ୍ଦ ହେବ ନାହିଁ ଅକ୍ସଫୋର୍ଡ ଟିକା ପରୀକ୍ଷଣ: ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷାକୁ ଏବେ ବ୍ରିଟେନରେ ବନ୍ଦ କରି ଦିଆଯାଇଛି। ମାନବ ପରୀକ୍ଷା ସହ ଜଡିତ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ପରୀକ୍ଷା ବନ୍ଦ କରାଯାଇଛି। ତେବେ ଆଷ୍ଟ୍ରାଜେନେକା ବ୍ରିଟେନରେ କରୋନା ଟିକା ପରୀକ୍ଷା ବନ୍ଦ କରିବା ପରେ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସ୍ପଷ୍ଟ କରିଛି ଯେ, ଭାରତରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷା ବନ୍ଦ ହେବ ନାହିଁ। ବ୍ରିଟେନରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା କାରଣରୁ ପରୀକ୍ଷାକୁ ବନ୍ଦ କରାଯାଇଛି। କିନ୍ତୁ ଭାରତରେ କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିବ |

AstraZeneca says could begin Covid-19 vaccine production early in 2021 - Times of India Times of India

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କରୋନା ଟିକା କୋଭିଶିଲ୍ଡର ଶେଷ ପର୍ଯ୍ୟାୟ ପରୀକ୍ଷା କରୁଛି | ବ୍ରିଟେନରେ ପରୀକ୍ଷା ବନ୍ଦ ହେବା ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ, ସେମାନେ ବ୍ରିଟେନରେ ହୋଇଥିବା ପରୀକ୍ଷା ଏବଂ ଘଟିଥିବା ଘଟଣା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ। ବ୍ରିଟେନରେ ସମୀକ୍ଷା ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଏବଂ ଏହାକୁ ଖୁବ ଶୀଘ୍ର ଆରମ୍ଭ କରାଯିବ। ଭାରତରେ ଚାଲିଥିବା ପରୀକ୍ଷଣରେ ସେଭଳି କୌଣସି ସମସ୍ୟା ଦେଖାଯାଇ ନାହିଁ, ଯାହା ପାଇଁ ଭାରତରେ ଟିକା ପରୀକ୍ଷଣ ବନ୍ଦ କରାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe