Image Courtesy of Hindustan Times
ଲଣ୍ଡନ: ବ୍ରିଟିସ୍ ନିୟନ୍ତ୍ରକଙ୍କ ଠାରୁ ଅନୁମତି ପାଇବା ପରେ ପୁନର୍ବାର କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କରିଥିବା କଥା ଆଷ୍ଟ୍ରାଜେନିକା ଶନିବାର ଦିନ କହିଛି। ଇଂଲଣ୍ଡ୍ରେ ଜଣେ ସ୍ବେଚ୍ଛାସେବୀ ଏହି ଟିକା ନେଇ ଅସୁସ୍ଥ ହୋଇ ପଡ଼ିବା ପରେ ଟିକା ପରୀକ୍ଷା ସ୍ଥଗିତ ରଖାଯାଇଥିଲା।
କମ୍ପାନି ଏକ ବିବୃତିରେ କହିଛି, ପରୀକ୍ଷା କରିବା ନିରାପଦ ବୋଲି ‘ମେଡିସିନ୍ସ୍ ହେଲ୍ଥ୍ ରେଗୁଲେଟରି ଅଥରିଟି’ ଠାରୁ (ଏମ୍ଏଚ୍ଆର୍ଏ) ଅନୁମତି ମିଳିବା ପରେ ଆଷ୍ଟ୍ରାଜେନିକା ଅକ୍ସଫୋର୍ଡ କରୋନାଭାଇରସ୍ ଟିକା ‘ଏଜେଡ୍ଡି୧୨୨୨’ର ନୈଦାନିକ ପରୀକ୍ଷା ପୁଣି ଚାଲୁ ହୋଇଛି।
ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ଅଜଣା ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇବାରୁ ଅନ୍ୟତମ ଅଗ୍ରଣୀ କୋଭିଡ୍-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଥିବା କଥା ମଙ୍ଗଳବାର ଦିନ ଆଷ୍ଟ୍ରାଜେନିକା କହିଥିଲା। କମ୍ପାନିର ମୁଖପାତ୍ରୀ ମିସେଲ୍ ମୁଇକ୍ସଲ୍ ଏକ ଇମେଲ୍ ବିବୃତିରେ କହିଥିଲେ, ଆମର ମାନକ ସମୀକ୍ଷା ପ୍ରକ୍ରିୟା ପ୍ରତିକ୍ରିୟାଶୀଳ ହୋଇ ଉଠିବାରୁ ଟିକାର ନିରାପତ୍ତା ତଥ୍ୟାବଳୀ ଏକ ସ୍ବାଧୀନ କମିଟି ଦ୍ବାରା ସମୀକ୍ଷା କରାଇବାକୁ ଆମ୍ଭେ ସ୍ବେଚ୍ଛାକୃତ ଭାବେ ଟିକାକରଣ ସ୍ଥଗିତ ରଖିଛୁ।
Image Courtesy of The Times of Indiaଟିକାର ନିରାପତ୍ତା ସମୀକ୍ଷା କରିବାକୁ ଏକ ସ୍ବାଧୀନ କମିଟି ଗଠନ କରାଯାଇଥିଲା। ଇଂଲଣ୍ଡ୍ରେ ଟିକା ପରୀକ୍ଷା ପୁନଶ୍ଚ ଆରମ୍ଭ କରିବା ନିରାପଦ ବୋଲି କମିଟି ତା’ର ତଦନ୍ତ ଶେଷ କରି ‘ଏମ୍ଏଚ୍ଆର୍ଏ’କୁ ସୂଚନା ଦେଇଥିବା କଥା ଆଷ୍ଟ୍ରାଜେନିକା କହିଛି।
ସମ୍ପ୍ରତି ସମଗ୍ର ବିଶ୍ବରେ ଶେଷ ପର୍ଯ୍ୟାୟ ବା ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ସ୍ଥିତିରେ ଥିବା ୯ଟି ଟିକା ମଧ୍ୟରୁ ଆଷ୍ଟ୍ରାଜେନିକାର କ୍ୟାଣ୍ଡିଡେଟ୍ ଟିକା ଅନ୍ୟତମ।
‘ଏଜେଡ୍ଡି୧୨୨୨’ ଟିକାରେ ରହିଛି ସାଧାରଣ ଶର୍ଦ୍ଦି କରାଉଥିବା ଆଡେନୋଭାଇରସ୍ର ଦୁର୍ବଳ ରୂପ। ଜୀବକୋଷଗୁଡ଼ିକୁ ଆକ୍ରମଣ କରିବାକୁ କୋଭିଡ୍-୧୯ କରୋନାଭାଇରସ୍ ବ୍ୟବହାର କରୁଥିବା ପୁଷ୍ଟିସାର କଣ୍ଟକର ଆମିନୋ ଏସିଡ୍ ଚିହ୍ନଟ କରିବାକୁ ଏହି ଆଡେନୋଭାଇରସ୍ର ଗୁଣସୂତ୍ର ପରିବର୍ତ୍ତନ କରାଯାଇଛି। ଟିକା ନେବା ପରେ ମାନବ ଶରୀରରେ ସେହି ପ୍ରକାର ଆମିନୋ ଏସିଡ୍ ସୃଷ୍ଟି ହୁଏ। ପରେ ଯଦି ଟିକା ନେଇଥିବା ବ୍ୟକ୍ତି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୁଏ ଏହି ଆମିନୋ ଏସିଡ୍ ରୋଗପ୍ରତିରୋଧକ ପ୍ରଣାଳୀରେ ଥାଇ କରୋନାଭାଇରସ୍କୁ ଆକ୍ରମଣ କରେ।
Follow Us