ଆନ୍ଧ୍ରରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୦୦ ମହିଳା କର୍ମଚାରୀ ଅସୁସ୍ଥ

Advertisment
ଆନ୍ଧ୍ରରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୦୦ ମହିଳା କର୍ମଚାରୀ ଅସୁସ୍ଥ

ବିଶାଖାପାଟନାମ୍‌ : ଆନ୍ଧ୍ରପ୍ରଦେଶରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଯୋଗୁଁ ପ୍ର‌ାୟ ୨୦୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବିଶାଖାପାଟନମ୍‌ର ଅଚ୍ୟୁତପୁରମରେ ଥିବା ଏକ ଔଷଧ କମ୍ପାନୀ ‘ପୋରୁସ୍‌ ଲାବ୍ରୋଟୋରି’ରୁ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଫଳରେ କମ୍ପାନିର ଠିକ୍ ପାଖରେ ଥିବା ଅନ୍ୟ ଏକ କାରଖାନାର ମହିଳା ଶ୍ରମିକମାନେ ଅସୁସ୍ଥ ଅନୁଭବ କରିଥିଲେ। ଏଥି ମଧ୍ୟରୁ ଅନେକଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିବାଲା ଏବଂ ଆଉ କେତେକ ଅଚେତ ହୋଇପଡ଼ିଥିଲେ। ତେବେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଛି ।ଏବେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷେ ଏହାର ପାଖାପାଖି ଅଂଚଳରେ ଥିବା ଅନ୍ୟ କାରଖାନାରେ କାମ କରୁଥିବା ଶ୍ରମିକଙ୍କ ଉପରେ ମଧ୍ୟ ଗ୍ୟାସ୍‌ର ପ୍ରଭାବ ପଡ଼ିଥିବା ପୁଲିସ କହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଗ୍ୟାସ୍ ଲିକ୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe