ଟେମାସେକ୍‌ ଫାଉଣ୍ଡେସନଠାରୁ ୪୪୭୫ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଗ୍ରହଣ କଲା ଭାରତ

Advertisment

ଆକାର ଛୋଟ ଥିବାରୁ ଅପହଞ୍ଚ ଅଞ୍ଚଳରେ ସହଜରେ ହେବ କରୋନା ରୋଗୀଙ୍କ ଚିକିତ୍ସା

ଆକାର ଛୋଟ ଥିବାରୁ ଅପହଞ୍ଚ ଅଞ୍ଚଳରେ ସହଜରେ ହେବ କରୋନା ରୋଗୀଙ୍କ ଚିକିତ୍ସା

ଟେମାସେକ୍‌ ଫାଉଣ୍ଡେସନଠାରୁ ୪୪୭୫ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଗ୍ରହଣ କଲା ଭାରତ

indiaeducationdiary

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀକୁମାର ଚୌବେ ଆଜି ସିଙ୍ଗାପୁରର ଟେମାସେକ୍‌ ଫାଉଣ୍ଡେସନଠାରୁ ପ୍ରଥମ ଦଫାରେ ୪୪୭୫ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଗ୍ରହଣ କରିଛନ୍ତି । ଏହି ପ୍ରତିଷ୍ଠାନ ଏଭଳି ୨୦ ହଜାର କନ୍‌ସେନ୍‌ଟ୍ରେଟର ଭାରତକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି । ଅବଶିଷ୍ଟ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଆସନ୍ତା ଅଗଷ୍ଟ ମାସରେ ଭାରତ ଆସିବ। ମଧ୍ୟମ ଧରଣର କୋଭିଡ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ଏହା ବ୍ୟବହୃତ ହୋଇଥାଏ ବୋଲି ଜଣା ପଡିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କୋଭିଡ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବେ ।

ଟେମାସେକ୍‌ ଫାଉଣ୍ଡେସନକୁ ଏହି ମହତ୍‌ ଦାନ ପାଇଁ କୃତଜ୍ଞତା ଜ୍ଞାପନ କରିବା ଅବସରରେ ଚୌବେ କହିଛନ୍ତି ଯେ, ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଭାରତରେ କୋଭିଡ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ । ଉପଯୁକ୍ତ ସମୟରେ ଏହି ସହାୟତା ଟେମାସେକ୍‌ ଫାଉଣ୍ଡେସନ ଯୋଗାଇ ଦେଇଛି । ଖୁବ୍‌ କମ୍‌ ସମୟରେ ଏସବୁ ସାମଗ୍ରୀ ଭାରତକୁ ଆଣିବାରେ ଆବଶ୍ୟକ ସାହାଯ୍ୟ ସହଯୋଗ କରିଥିବାରୁ ସେ ମଧ୍ୟ ଭାରତୀୟ ରେଡକ୍ରସ ସୋସାଇଟିକୁ ଧନ୍ୟବାଦ ଜଣାଇଛନ୍ତି । ଏହି ସମସ୍ତ କାର୍ଯ୍ୟ ଟାଟା ଟ୍ରଷ୍ଟ ଉଦ୍ୟମରେ କରାଯାଇଥିବାରୁ ମନ୍ତ୍ରୀ ମଧ୍ୟ ଏହି ଟ୍ରଷ୍ଟର ଭୂମିକାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ କୋଭିଡ-୧୯ର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ଦାନ ଓ ସହାୟତା ଦେଉଛନ୍ତି ତାହା ବେଶ ମହତ କାର୍ଯ୍ୟ । ବିଶେଷକରି ରକ୍ତ, ପ୍ଳାଜାମା ଏବଂ ସାମଗ୍ରୀ ଆକାରରେ ଯେଉଁମାନେ ଦାନ ଦେଉଛନ୍ତି ମୁଁ ସେମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛି ।

Temasek Foundation Gives More Medical Support | Borneo Today Borneo Today

ଅକ୍ସିଜେନ କନ୍‌ସେନ୍‌ଟ୍ରେଟରର ଆବ୍ୟଶକତା ସଂପର୍କରେ ମତାମତ ଦେଇ ସେ କହିଛନ୍ତି ଯେ, ଅମ୍ଳଜାନ ବ୍ୟବସ୍ଥା ଥିବା ଏହା ଏକ ଚିକିତ୍ସା ଉପକରଣ । ମଧ୍ୟମ ଧରଣର ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ ହୋଇଥାଏ । ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକତା ଅଧିକ ସମୟ ଦରକାର ପଡେ ସେମାନଙ୍କ ପାଇଁ ଏହା ବିଶେଷ ଦରକାରୀ । ଏହି ଯନ୍ତ୍ରଟି ବାୟୁମଣ୍ଡଳର ସାଧାରଣ ବାୟୁକୁ ଚିକିତ୍ସା ଉପଯୋଗୀ ଅମ୍ଲଜାନରେ ପରିଣତ କରିଥାଏ । ଏଥିରେ ୯୦ରୁ ୯୫ଭାଗ ଅମ୍ଳଜାନ ଥାଏ । ଏହି ମେସିନ ଆକାରରେ ଛୋଟ ଏବଂ ବ୍ୟବହାର କରିବାକୁ ସହଜ । ତେଣୁ ବଡ ଅମ୍ଳଜାନ ମେସିନ ଏବଂ ସିଲିଣ୍ଡର ରିଫିଲ୍‌ର ଆବଶ୍ୟକତା ପଡେ ନାହିଁ । ଯେଉଁଠି ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି ସେହି ୱାର୍ଡରେ ଏହି ମେସିନକୁ ରଖି ବ୍ୟବହାର କରିହେବ । ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ କୋଚ୍‌କୁ କୋଭିଡ ୱାର୍ଡରେ ପରିଣତ କରାଯାଇ ଯେଉଁ ସୁବିଧା ଯୋଗାଇ ଦିଆଯାଇଛି ସେଥିରେ ମଧ୍ୟ ଏହି ମେସିନକୁ ସହଜରେ ବ୍ୟବହାର କରିହେବ । ସର୍ବୋପରି ଦୂରଦୂରାନ୍ତ ଅଞ୍ଚଳ, ଯେଉଁଠିକୁ ଗମନାଗମନର ସୁବିଧା ନାହିଁ ବା ଯନ୍ତ୍ରପାତି ନେବାକୁ କଷ୍ଟ, ସେ କ୍ଷେତ୍ରରେ ଏହି ମେସିନକୁ ସହଜରେ ନେଇ ବ୍ୟବହାର କରିହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe