ଦିଲ୍ଲୀରେ ଦୂର ହେଲା ଅମ୍ଳଜାନର ଅଭାବ, ଏବେ ଟିକାକରଣ ଉପରେ ଧ୍ୟାନ ଦିଆଯିବ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Advertisment
ଦିଲ୍ଲୀରେ ଦୂର ହେଲା ଅମ୍ଳଜାନର ଅଭାବ, ଏବେ ଟିକାକରଣ ଉପରେ ଧ୍ୟାନ ଦିଆଯିବ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Zee News

ନୂଆଦିଲ୍ଲୀ: ଗତ କିଛି ଦିନ ହେଲାଣି ଦିଲ୍ଲୀରେ ଅମ୍ଳଜାନର ଅଭାବ ଦେଖା ଦେଉଥିବା ସହ ଅନେକ କରୋନା ଆକ୍ରାନ୍ତଙ୍କର ଜୀବନ ଯାଇଛି | ଦିଲ୍ଲୀକୁ ତୁରନ୍ତ ଅମ୍ଳଜାନ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦେଶ ଦେଇଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଶ୍ୱସ୍ତ କଲା ଭଳି କଥା କହିଛନ୍ତି | କେନ୍ଦ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତା ପାଇଁ ଏବେ ଦିଲ୍ଲୀରେ ଅମ୍ଳଜାନର ଅଭାବ ଦୂର ହୋଇଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ |

ଅମ୍ଳଜାନର ଅଭାବ ଦିଲ୍ଲୀ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଅମ୍ଳଜାନର ଅଭାବ ଦୂର ହେବା ପରେ ଟିକାକରଣ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ | ଆଜି ଉପ-ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଏବଂ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କ ସହ କରିଥିବା ବୈଠକରେ ସେ କହିଛନ୍ତି, "ବର୍ତ୍ତମାନ ଦିଲ୍ଲୀରେ ଅମ୍ଳଜାନର ଅଭାବ ନାହିଁ। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଶଯ୍ୟା ରହିବା ଉଚିତ ଯାହା ଦ୍ୱାରା କୌଣସି ରୋଗୀ ଅମ୍ଳଜାନ ପାଇବାରୁ ବଞ୍ଚିତ ହେବେ ନାହିଁ।"

Delhi: Arvind Kejriwal writes to all CMs, requests them for spare oxygen Mint

ଏହା ସହ ସେ କହିଛନ୍ତି ଯେ, କରୋନାର ତୃତୀୟ ଲହାରକୁ ରୋକିବା ପାଇଁ ୩ମାସ ମଧ୍ୟରେ ସହରରେ ଟିକାକରଣ ଶେଷ ହେବା ଦରକାର | ବର୍ତ୍ତମାନ ଟିକାକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe