ଭାରତକୁ ସଞ୍ଜିବନୀ ଯୋଗାଇବା ପରେ ଏବେ ପଡୋଶୀ ଦେଶକୁ ଅମ୍ଳଜାନ ଯୋଗାଇବ ଭାରତୀୟ ରେଳବାଇ

Advertisment
ଆଇନାରେ ୨୦୨୧: କୋଭିଡ ମୃତ୍ୟୁ ଘୋଷଣା ବିବାଦ

Image Courtesy of India Today

ନୂଆଦିଲ୍ଲୀ: କୋଭିଡ ମହାମାରୀର ଦ୍ଵିତୀୟ ଲହରୀରେ ଦେଶର କୋଣ ଅନୁକୋଣରେ ମେଡିକାଲ ଅକ୍ସିଜେନ ପହଞ୍ଚାଇ ବେଶ ପ୍ରଶଂସା ସାଉଁଟିଥିଲା  ଭାରତୀୟ ରେଳବାଇ | ଅକ୍ସିଜେନ ପ୍ଲାଣ୍ଟରୁ ମେଡିକାଲ ଅକ୍ସିଜେନ ନେଇ ତ୍ୱରିତ ପହଂଚାଇଥିବାରୁ ଅନେକ ରୋଗୀଙ୍କ ଜୀବନ ବଂଚିଯାଇପାରିଥିଲା | ଆଉ ଏବେ ଭାରତୀୟ ରେଳବାଇ ପଡୋଶୀ ବାଂଲାଦେଶକୁ ମଧ୍ୟ ଅକ୍ସିଜେନ ଯୋଗାଣ ପାଇଁ ପଦକ୍ଷେପ ନେଇଛି |

ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ଦ୍ୱାରା ୨୦୦ ଟନ୍ ତରଳ ମେଡିକାଲ ଅମ୍ଳଜାନ ପଡୋଶୀ ବାଂଲାଦେଶକୁ ପଠାଯିବ ଏବଂ ସେଠାରେ କୋଭିଡ-୧୯ ବିରୋଧରେ ଚାଲିଥିବା ଲଢେଇରେ ସାହାଯ୍ୟ କରିବ | ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଅମ୍ଳଜାନ ଦେଶ ବାହାରକୁ ପଠାଯାଉଛି | ରେଳବାଇ ପକ୍ଷରୁ କୁହାଯାଇଛି ଯେ ଆଜି ଅପରାହ୍ନରେ ଝାଡ଼ଖଣ୍ଡର ଟାଟାନଗରରୁ ୧୦ଟି କଣ୍ଟେନର ଥିବା ଏହି ଟ୍ରେନ୍ ଛାଡିବ ଓ ଆସନ୍ତାକାଲି ବାଂଲାଦେଶର ବେନାପୋଲରେ ପହଞ୍ଚିବାର ସମ୍ଭାବନା ରହିଛି।


ସୂଚନା ଥାଉ କି ଯେ ଭାରତରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ରାଜ୍ୟମାନଙ୍କରେ ଅମ୍ଳଜାନର ଅଭାବକୁ ଦୂର କରିବା ପାଇଁ ରେଳବାଇ ଅମ୍ଳଜାନ ଏକ୍ସପ୍ରେସ ଚଳାଇବା ଆରମ୍ଭ କରିଥିଲା। ଏପ୍ରିଲ୍ ୨୪, ୨୦୨୧ ରେ ଏହି ଅଭିଯାନ ଆରମ୍ଭ ହେବା ପରଠାରୁ ରେଳବାଇ ୪୮୦ ଟି ଟ୍ରେନ୍ ଚଳାଇଛି ଏବଂ ଦେଶର ବିଭିନ୍ନ ସ୍ଥାନକୁ ୩୮,୮୪୧ ଟନ୍ ଅମ୍ଳଜାନ ପହଞ୍ଚାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe