ନିଜକୁ ଭଗବାନଙ୍କ ସହ ଯୋଡ଼ିବାରୁ ଟ୍ରୋଲ ହେଲା ଓୟୋ

Advertisment

ଓୟୋର ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହା ସହିତ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଆସୁଛି।

ଓୟୋର ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହା ସହିତ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଆସୁଛି।

oyo

ନୂଆଦିଲ୍ଲୀ: ଓୟୋର ଏକ ବିଜ୍ଞାପନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହା ସହିତ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଆସୁଛି। ଏହି ବିଜ୍ଞାପନକୁ ନେଇ ଏବେ ବିତର୍କ ଆରମ୍ଭ ହୋଇଛି।

ସୂଚନା ମୁତାବକ, ଓୟୋ ଦ୍ୱାରା ଖବରକାଗଜରେ ଏକ ପୂର୍ଣ୍ଣ ପୃଷ୍ଠାର ବିଜ୍ଞାପନ ଦିଆଯାଇଥିଲା। ବିଜ୍ଞାପନରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲା ଯେ, ଈଶ୍ୱର ସର୍ବତ୍ର ଅଛନ୍ତି ଏବଂ ତଳେ ଛୋଟ ଅକ୍ଷରରେ ଲେଖାଯାଇଥିଲା- ଏବଂ ଓୟୋ ମଧ୍ୟ। ଏହି ଲେଖାକୁ ନେଇ ଏବେ ବିବାଦ ଦେଖାଦେଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟବହାରକାରୀମାନେ ଏହି ବିଜ୍ଞାପନକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଉଛନ୍ତି।

ଏହି ବିଜ୍ଞାପନ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ଓୟୋର ଏହି ବିଜ୍ଞାପନକୁ ନେଇ ବିବାଦ ହେବ ଏବଂ କମ୍ପାନିର ଭଲ ମାର୍କେଟିଂ ହେବ। ଅନ୍ୟ ଜଣେ ଲେଖିଛନ୍ତି, ଓୟୋ ଭଗବାନଙ୍କ ସହ ସମାନ? କ’ଣ ଖାଇ ଏଭଳି ବିଜ୍ଞାପନ କରିଛି ଓୟୋ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe