Zee News
ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ଙ୍କୁ ଆଜି ସନ୍ଧ୍ୟାରେ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ଏମ୍ସରେ ଚିକିତ୍ସା ହୋଇ ସେ ଫେରି ଆସିଛନ୍ତି। ଆଜି ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସକୁ ନିଆଯାଇଥିଲା। ଚିଦମ୍ବରମ୍ଙ୍କୁ ପ୍ରଥମେ ଆର୍ଏମ୍ଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଏମ୍ସକୁ ନିଆ ଯାଇଥିଲା। ସୂଚନାଯୋଗ୍ୟ, ଚିଦମ୍ବରମ୍ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି। ତେବେ ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଚିଦମ୍ବରମ୍ଙ୍କର ସେମିତି କିଛି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇ ନାହିଁ। ସୂଚନାଯୋଗ୍ୟ, ସିବିଆଇ ଗିରଫ କରିବା ପରେ ଚିଦମ୍ବରମ୍ ଗତ ସେପ୍ଟେମ୍ବର ୬ ତାରିଖରୁ ତିହାର ଜେଲ୍ରେ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/10/chadambram.jpg)