image source--long island press
ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ଙ୍କ ପୁଅ କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍ କୋଭିଡ୍-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କୋଭିଡ୍-୧୯ ଲକ୍ଷଣ ଦେଖା ଦେବାରୁ ସେ ପରୀକ୍ଷା କରାଇଥିଲେ। ଆଜି ସକାଳେ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜେ ହୋମ୍ କ୍ବାରେଣ୍ଟିନ୍ରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ନିଜର କୋଭିଡ୍-୧୯ ପରୀକ୍ଷା କରାଇ ନେବା ପାଇଁ ସେ ଟ୍ବିଟ୍ କରି ଅନୁରୋଧ କରିଛନ୍ତି।
ଆଜି ସକାଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରାପ୍ପାଙ୍କ ଝିଅଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କୁ ବେଙ୍ଗାଲୁରର ମଣିପାଳ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରବିବାର ରାତିରେ ୟେଦୁରାପ୍ପାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଭଲ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ କହିଛନ୍ତି।
Follow Us