ଛାତ୍ରୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି

Advertisment
ଛାତ୍ରୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନାରୀମାନଙ୍କ ପାଇଁ ଯେତିକି ସୁରକ୍ଷା ବ୍ୟବସ୍ଥା ବାହାରୁଛି ସେତିକି ଅତ୍ୟାଚାର ଘଟଣା ବି ସାମ୍ନାକୁ ଆସୁଛି। ତେଣୁ ଆତ୍ମରକ୍ଷା କୌଶଳ ନାରୀମାନଙ୍କ ନିମନ୍ତେ ଏକାନ୍ତ ଜରୁରୀ ହୋଇଯାଇଛି। ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ସେମାନେ ନିଜକୁ ରକ୍ଷା କରି ପାରିବେ। ଏହାକୁ ଦୃଷ୍ଟିରେ ରଖି ଛାତ୍ରୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ସରକାର ‘ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ’ ଯୋଜନାର ଘେ‌ାଷଣା କରିଛନ୍ତି। ଏହି ଯୋଜନା ଜରିଆରେ ୨ଲକ୍ଷରୁ ଅଧିକ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କିପରି କରିବେ ସେଥିପାଇଁ ପ୍ରଶିକ୍ଷଣ ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ଆଧାରରେ ୪୫ ହଜାର ସରକାରୀ ସ୍କୁଲରେ ପାଠପଢ଼ୁଥିବା ୧୧ରୁ ୧୪ବର୍ଷର ଲକ୍ଷାଧିକ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯିବ।  ଛାତ୍ରୀମାନଙ୍କୁ ପିଲାଟି ଦିନରୁ ଏହି ପ୍ରଶିକ୍ଷଣ ଦେ‌ଲେ ସେମାନେ ତାଙ୍କ ଆଗାମୀ ଜୀବନରେ ଏହାକୁ କାମରେ ଲଗାଇ ପାରିବେ।

ଏହାର ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଆତ୍ମରକ୍ଷାର ଗୁରୁ ସହିତ ଏହାର ମହତ୍ତ୍ବ ବିଷୟର କୁହାଯିବ। ଏଥିରେ ନାରୀଙ୍କ ଉପରେ ହେଉଥିବା ସାଇବର ବୁଲିଂ, ଏସିଡ ଆକ୍ରମଣ ଇତ୍ୟାତି ବିଷୟରେ ଜାଗୃତ କରାଯିବ। ଏହି ପ୍ରଶିକ୍ଷଣ ଜରିଆରେ ଛାତୀମାନଙ୍କୁ ଖେଳକୁଦ ସହିତ ସ୍ବାସ୍ଥ୍ୟ ପ୍ରତି ବି ସଚେତନତା ବାର୍ତ୍ତା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe