ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ବୁଧବାର ଦିନ ବରିଷ୍ଠ ପ୍ରଶାସକ ଡକ୍ଟର ପ୍ରମୋଦ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ପି. କେ. ମିଶ୍ରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯିବା ସହ ତାଙ୍କର ପଦୋନ୍ନତି ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଆଜି ସ୍ପଷ୍ଟ ହୋଇଛି।
୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର୍ର ଆଇଏଏସ୍ ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ମିଶ୍ର ତାଙ୍କ ସହ କାର୍ଯ୍ୟ କରିଥିଲେ।
ପି. କେ. ମିଶ୍ରଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ନୃପେନ୍ଦ୍ର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଆଉ ଦୁଇ ସପ୍ତାହ ଦାୟିତ୍ୱରେ ରହିବାକୁ କହିଥିଲେ।
/sambad/media/post_attachments/wp-content/uploads/2019/09/Pramod-Kumar-Misra_01-x860-1.jpg)
ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଥିବା ସମୟରେ ଡ. ପି.କେ.ମିଶ୍ରଙ୍କୁ ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟାଳୟ (ୟୁଏନଡିଆରଆର) ପକ୍ଷରୁ ସମ୍ମାନଜନକ ସାସାକାୱା ପୁରସ୍କାର ୨୦୧୯ରେ ପ୍ରଦାନ କରା ଯାଇଥିଲା । ବିପର୍ଯ୍ୟୟ ପୀଡ଼ିତ ସମ୍ପ୍ରଦାୟଙ୍କ ଦୃଢ଼ତା ବୃଦ୍ଧି କରିବାରେ ତାଙ୍କର ଦୀର୍ଘକାଳୀନ ପ୍ରୟାସ ଏବଂ ଅସମାନତା, ଦାରିଦ୍ର୍ୟତା ଦୂର କରିବା ଓ ସାମାଜିକ ଓ ଅର୍ଥନୈତିକ ଭାବେ ଅନଗ୍ରସର ଜନସାଧାରଣଙ୍କ ସୁରକ୍ଷା ବଳୟ ବୃଦ୍ଧି କରିବା ନେଇ ତାଙ୍କ ବ୍ୟକ୍ତିଗତ ସଂକଳ୍ପବଦ୍ଧତା ଯୋଗୁ ଡ. ପିକେ ମିଶ୍ରଙ୍କୁ ସାସାକାୱା ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇଥିଲା।
Follow Us