ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ପଦ୍ମ ପୁରସ୍କାର ବିଜେତା

Advertisment
ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ପଦ୍ମ ପୁରସ୍କାର ବିଜେତା

Eastern Lead Express News

ଗୌହାଟି: ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ପଦ୍ମ ପୁରସ୍କାର ବିଜେତା |ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଏକ କୋର୍ଟ ଶୁକ୍ରବାର ଦିନ ଜଣେ ନାବାଳିକାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବିଶିଷ୍ଟ କୌଶଳୀ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଉଦ୍ଧବ କୁମାର ଭରଲୀଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଗୌହାଟି ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିବାର ଗୋଟିଏ ଦିନ ପରେ ଭରଲୀ ଉତ୍ତର ଲକ୍ଷ୍ମୀପୁର ସହରର ଜିଲ୍ଲା ସ୍ୱତନ୍ତ୍ର ବିଚାରପତି ରସମିତା ଦାସଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟ ଭରଲୀଙ୍କୁ ଚଉଦ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି |

ସୂଚନା ଥାଉ କି ବିଜ୍ଞାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଅବଦାନ ପାଇଁ ତିନିବର୍ଷ ତଳେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ତେବେ ଭରଲୀ ଦାବି କରିଛନ୍ତି ଯେ ସେ ଷଡଯନ୍ତ୍ରର ଶିକାର ହୋଇଛନ୍ତି | ନାବାଳିକାକୁ ଯୌନ ଶୋଷଣ ଅଭିଯୋଗରେ ଗୁରୁବାର ଦିନ ହାଇକୋର୍ଟ ଭରଲୀଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବାତିଲ କରିଦେଇଥିଲେ ।

ଆବେଦନକାରୀଙ୍କ ଯୁକ୍ତି ଏବଂ ରାଜ୍ୟର ଓକିଲଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଜଷ୍ଟିସ ହିତେଶ କୁମାର ସରମା କହିଛନ୍ତି ଯେ ଏଫଆଇଆର ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ଘଟଣାର ତଦନ୍ତ ଉଦ୍ଦେଶ୍ୟରେ ଭରଲୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି | ଏହା ସହିତ ପୀଡିତା ଏବଂ ସାକ୍ଷୀଙ୍କ ବୟାନ ରେକର୍ଡ ମଧ୍ୟ ଆବଶ୍ୟକ | ସୂଚନା ଥାଉ କି ନାବାଳିକା ଜଣକ ତାଙ୍କ ସହ ଯୌନ ଶୋଷଣ ରଖିଥିବା ନେଇ ଭରଲୀଙ୍କ ନାମରେ ଅଭିଯୋଗ ଆଣିଥିଲେ | କେବଳ ଏତିକି ନୁହେଁ ଭରଲୀଙ୍କ ଅଧୀନରେ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କ ମଧ୍ୟ ତାଙ୍କ ସହ ଯୌନସମ୍ପର୍କ ରଖିଥିବାର ଅଭିଯୋଗ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe