Oneindia
ଶ୍ରୀନଗର : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଗୁରୁବାର କହିଛନ୍ତି ଯେ ମୋଦୀ ସରକାର ତାଙ୍କୁ ଦେଇଥିବା ପଦ୍ମଭୂଷଣ ରାଜନୈତିକ ପୁରସ୍କାର ନୁହେଁ, ଜନସେବା ପାଇଁ ଜାତୀୟ ସ୍ବୀକୃତି ତଥା ସମ୍ମାନ। କିନ୍ତୁ ଖୁବ୍ କମ୍ ଲୋକ ଏହାକୁ ରାଜନୈତିକ ବୋଲି ଦର୍ଶାଇବାକୁ ଚେଷ୍ଟା କରି ନିଜକୁ ହିଁ ଛୋଟ କରି ଦେଇଛନ୍ତି।
ଆଜାଦ କହିଛନ୍ତି ଯେ, ଚାରି ଦଶନ୍ଧି ଧରି ସାଂସଦ, ବିଭିନ୍ନ ସରକାରରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଏହି ଦେଶକୁ ସେବା କରିବାର ସୌଭାଗ୍ୟ ତାଙ୍କୁ ମିଳିଥିଲା। ତେଣୁ ତାଙ୍କୁ ଦିଆଯାଉଥିବା ପଦ୍ମଭୂଷଣକୁ ସେ ଜନସେବା ପାଇଁ ଏକ ଜାତୀୟ ମାନ୍ୟତା ବୋଲି ମନେ କରି ଏହାକୁ ନମ୍ରତା ଏବଂ ଆନନ୍ଦର ସହ ଗ୍ରହଣ କରିବେ ବୋଲି ଆଜାଦ କହିଛନ୍ତି।
Follow Us