Image Source: India Today
ନୂଆଦିଲ୍ଲୀ: ପଦ୍ମ ସମ୍ମାନ ସମ୍ପ୍ରତି ଜନସାଧାରଣଙ୍କ ସମ୍ମାନ ହୋଇଯାଇଛି। ପୂର୍ବରୁ ଅଳ୍ପ କେତେକ ମନୋନୀତ ବ୍ୟକ୍ତି ପଦ୍ମ ସମ୍ମାନ ପ୍ରଦାନ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ, କିନ୍ତୁ ଏବେ ଜନସାଧାରଣ ଏ ବିଷୟରେ ପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କଥା ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଲେ, ପଦ୍ମ ସମ୍ମାନ ନିମନ୍ତେ ଏ ବର୍ଷ ୪୬, ୦୦୦ ନାମାଙ୍କନ ଗ୍ରହଣ କରାଯାଇଥିଲା। ଏହି ନାମାଙ୍କନ ସଂଖ୍ୟା ହେଉଛି ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ସମୟର ନାମାଙ୍କନ ଠାରୁ ୨୦ ଗୁଣରୁ ଅଧିକ।
ରାଷ୍ଟ୍ରପତି ଏ ବର୍ଷ ୧୪୧ଟି ପଦ୍ମ ସମ୍ମାନ ମଞ୍ଜୁର କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ପରିସଂଖ୍ୟାନ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସକୁ ସମସ୍ତଙ୍କୁ ଜଣାଇବା ଦେବା ସହ ଆମକୁ କହିଦେଉଛି ଯେ ପଦ୍ମ ସମ୍ମାନ ଏବେ ଜନସାଧାରଣଙ୍କ ସମ୍ମାନ ହୋଇଯାଇଛି। ଏବେ ପଦ୍ମ ସମ୍ମାନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନ୍ଲାଇନ୍ରେ ସମାହିତ ହେଉଛି। ପୂର୍ବରୁ କେତେକ ନିର୍ବାଚିତ ସଦସ୍ୟ ଏହି ନିଷ୍ପତ୍ତି ଗ୍ରହଣ କରୁଥିଲେ। ଏବେ ଏହା ସମ୍ପୂର୍ଣ୍ଣ ଜନସାଧାରଣଙ୍କ ଦ୍ୱାରା ପରିଚାଳିତ।
Image Source: Deccan Heraldଏସବୁ ସମ୍ମାନ ପ୍ରତି ଦେଶରେ ସମ୍ପ୍ରତି ଗୋଟାଏ ନୂତନ ବିଶ୍ୱାସ ଓ ସମ୍ମାନବୋଧ ଆସିଛି ବୋଲି ସେ କହିଛନ୍ତି।
ପଦ୍ମ ସମ୍ମାନ ପାଇଁ ମନୋନୀତ ଅନେକେ ବ୍ୟକ୍ତି କଠିନ ଶ୍ରମ ବଳରେ ପିରାମିଡ୍ର ତଳୁ ଶୀର୍ଷକୁ ଉଠିଛନ୍ତି। ସେମାନେ ସମ୍ବଳର ସୀମିତତା ଓ ହତାଶାର ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଆଗେଇଛନ୍ତି।
ପଦ୍ମ ସମ୍ମାନପ୍ରାପ୍ତ ଏହି ବ୍ୟକ୍ତିବିଶେଷଙ୍କ ବିଷୟରେ ପଢ଼ିବା ଲାଗି ସେ ଜନସାଧାରଣଙ୍କୁ କହିଛନ୍ତି। ସେ କହିଛନ୍ତି: ସେମାନଙ୍କ ଜୀବନର ଅସାଧାରଣ କାହାଣୀ ସମାଜକୁ ବାସ୍ତବ ପ୍ରେରଣା ଦେବ।
Follow Us