‘ପଦ୍ମାବତ୍‌’ ରିଲିଜ୍‌ ଉପରେ କଟକଣା ଜାରି କଲା ହରିଆଣା କ୍ୟାବିନେଟ୍‌

Advertisment
‘ପଦ୍ମାବତ୍‌’ ରିଲିଜ୍‌ ଉପରେ କଟକଣା ଜାରି କଲା ହରିଆଣା କ୍ୟାବିନେଟ୍‌

photo--bollywoodhungama

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରେ ଏବେ ହରିଆଣାରେ ‘ପଦ୍ମାବତ୍‌’ ଚଳଚ୍ଚିତ୍ର ରିଲିଜ୍‌ ଉପରେ କଟକଣା ଜାରି ହୋଇଛି। ମଙ୍ଗଳବାର ହରିଆଣା କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି। ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ’ରେ ଇତିହାସକୁ ବିକୃତ କରାଯାଇଥିବା ଅନୁଭବ କରି ହରିଆଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ଗୁଜୁରାଟ ସରକାର ଏହି ପଦକ୍ଷେପ ନେଇଥିଲେ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କହିଥିଲେ,‘ରାଜ୍ୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିପାରିବ ନାହିଁ।’ ଭଂସାଲୀଙ୍କ ନିର୍ମିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌କୁ ନେଇ କଟକଣା ଜାରି କରିବାରେ ରାଜସ୍ଥାନ ପରେ ଗୁଜୁରାଟ ଥିଲା ଦ୍ୱିତୀୟ ରାଜ୍ୟ। ଏହାପରେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ରାଜ୍ୟ ସରକାର ମଧ୍ୟ ‘ପଦ୍ମାବତ୍‌’ ଚଳଚ୍ଚିତ୍ର ରିଲିଜ୍‌ ଉପରେ କଟକଣା ଜାରି କରିଥିଲେ।

publive-image

ଯଦିଓ ଚଳଚ୍ଚିତ୍ରଟିକୁ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ସେନ୍‌ସର୍‌ ବୋର୍ଡ ଏକ ସ୍ୱତନ୍ତ୍ର ପ୍ୟାନେଲ୍‌ ଗଠନ କରିଥିଲା। ଏହି ପ୍ୟାନେଲ୍‌ରେ ଐତିହାସିକ ଏବଂ ମେଓ୍ଵାର ରାଜ ପରିବାର ସଦସ୍ୟଙ୍କୁ ସାମିଲ୍‌ କରାଯାଇଥିଲା। ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା କି ୫ଟି ସର୍ତ୍ତରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବ। ସେହି ସର୍ତ୍ତଗୁଡ଼କ ମଧ୍ୟରେ ଥିଲା, ଚଳଚ୍ଚିତ୍ର ଆରମ୍ଭରେ ସ୍ପଷ୍ଟ ଭାବେ ଲେଖାଯିବ ଯେ ଏହା କୌଣସି ଐତିହାସିକ କାହାଣୀ ଉପରେ ଆଧାରିତ ନୁହେଁ, ଦ୍ୱିତୀୟରେ ଚଳଚ୍ଚିତ୍ରର ଶୀର୍ଷକ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ ହେବ। ତୃତୀୟରେ ଚଳଚ୍ଚିତ୍ରରେ ଥିବା ‘ଘୁମର୍‌’ଗୀତରେ ପରିବର୍ତ୍ତନ ଅଣାଯିବ ଇତ୍ୟାଦି। ଉଲ୍ଲେଖଯୋଗ୍ୟ, ଦୀପିକା ପାଦୁକୋନ୍‌, ରଣବୀର ସିଂହ ଏବଂ ସାହିଦ୍‌ କପୁର୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଆରମ୍ଭରୁ ହିଁ ବିବାଦର ପରିସରରେ ରହିଆସିଛି।

publive-image photo--youtube

‘ପଦ୍ମାବତ୍‌’ ରିଲିଜ୍‌ ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଚଳଚ୍ଚିତ୍ରଟିକୁ କୋର୍ଟରେ ପ୍ରଦର୍ଶନ କରାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ। ନିର୍ମାତା ଭଂସାଲୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ଭଂସାଲୀ ଦାୟର କରିଥିବା ଜାଚିକାର ଶୁଣାଣି କରିବା ନେଇ ଅଦାଲତ ଏହି ରାୟ ଦେଇଥିଲେ। ଏହି ମାମଲାର ଶୁଣାଣି ଜାନୁଆରି ୨୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe