ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶପରେ ସାରା ଭାରତରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶପରେ ସାରା ଭାରତରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

photo-deccanherald

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟରେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ କୁ ରିଲିଜ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଭାଜପା ଶାସିତ ୪ଟି ରାଜ୍ୟମାନଙ୍କରେ ପଦ୍ମାବତ୍‌ ଉପରେ ଲଗାଯାଇଥିବା ନିଷେଧାଦେଶ ଉପରେ ମଧ୍ୟ ରହିତା ଦେଶ ଜାରି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଦେଶରେ କହିଛନ୍ତି ସିନେମା ପ୍ରଦର୍ଶନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ।

‘ ପଦ୍ମାବତ୍‌’ ର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ୍‌ ସାଲଭେ ଓ ପୂର୍ବତନ ଏଜି ମୁକଲ ରୋହତଗୀ ଲଢୁଥିଲେ । ନ୍ୟାୟାଳୟରେ ନିଷେଧାଦେଶ ଜାରି କରାଯାଇଥିବା ରାଜ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇଥିଲେ ଯେ ‘ପଦ୍ମାବତ୍‌’ରେ କେତେକ ତ୍ରୁଟିପୂର୍ଣ୍ଣ ଐତିହାସିକ ତଥ୍ୟ ରହିଛି । କିନ୍ତୁ ବିପକ୍ଷ ଆଇନଜୀବୀ ହରିଶ ସାଲଭେ ଫିଲ୍ମଟି ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା ନାମା ପ୍ରଦାନ କରାଯାଇଛି ବୋଲି ଦର୍ଶାଇଥିଲେ । ଫଳତଃ ଏଥିରେ ଇତିହାସ କଥା କେଉଁଠୁ ଆସଲା ବୋଲି କହିଥିଲେ।

publive-image photo-navbharattimes

ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶ ଫଳରେ ଏବେ ‘ପଦ୍ମାବତ୍‌’ , ରାଜସ୍ଥାନ, ଗୁଜୁରାଟ,ହରିଆନା ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ ‘ପଦ୍ମାବତ୍‌’ରେ ଦୀପିକା ପାଦୁକୋନ୍‌,ଶାହିଦ୍‌ କପୁର ଏବଂ ରଣବୀର ସିହ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ଆଗାମୀ ୨୫ ତାରିଖରେ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe