ମୁନୀରଙ୍କ ପରେ ପାକ୍ ବାୟୁସେନା ମୁଖ୍ୟ ବି ଆମେରିକା ଗଲେ

ଅପରେସନ ସିନ୍ଦୂର ବେଳେ ଭାରତଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଲଗାତାର ଭାବେ ଆମେରିକା ଗସ୍ତ କରୁଛନ୍ତି। ପ୍ରଥମେ ସେନା ମୁଖ୍ୟ ଅସିମ ମୁନିର ଆମେରିକା ଗସ୍ତ କରିବା ପରେ ଏବେ ପାକ୍  ବାୟୁସେନା ମୁଖ୍ୟ ଜାହୀର ଅହମଦ ବାବର ସିଦ୍ଧୁ ଆମେରିକା ପହଞ୍ଚିଛନ୍ତି।

pak

ଇସଲାମାବାଦ: ଅପରେସନ ସିନ୍ଦୂର ବେଳେ ଭାରତଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଲଗାତାର ଭାବେ ଆମେରିକା ଗସ୍ତ କରୁଛନ୍ତି। ପ୍ରଥମେ ସେନା ମୁଖ୍ୟ ଅସିମ ମୁନିର ଆମେରିକା ଗସ୍ତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଏବେ ପାକ୍  ବାୟୁସେନା ମୁଖ୍ୟ ଜାହୀର ଅହମଦ ବାବର ସିଦ୍ଧୁ ଆମେରିକା ପହଞ୍ଚିଛନ୍ତି। ପାକିସ୍ତାନର ବାୟୁସେନା ମୁଖ୍ୟଙ୍କ ଆମେରିକା ଗସ୍ତ ସ୍ପଷ୍ଟ କରୁଛି ଯେ ଉଭୟ ଦେଶ ମଧ୍ୟରେ ନିଶ୍ଚିତ ଭାବେ କିଛି ଗୁପ୍ତ ଯୋଜନା ଚାଲୁଛି। ଏହାର କାରଣ ହୋଇପାରେ ଯେ ଭାରତର ଆକ୍ରମଣରେ ଚୀନୀ ଅସ୍ତ୍ରଶସ୍ତ୍ରର ଅସଫଳତା ଉଜାଗର ହୋଇଛି, ଯାହା ପରେ ପାକିସ୍ତାନକୁ ପୁଣି ଆମେରିକାର ସହାୟତା ଆବଶ୍ୟକ ହୋଇପଡ଼ିଛି। 

ଏହି ଗସ୍ତ ସମ୍ପର୍କରେ ପାକିସ୍ତାନ ବାୟୁସେନା ଏକ ବିବୃତ୍ତିରେ କହିଛି, "ପାକିସ୍ତାନ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଜାହିର ଅହମ୍ମଦ ବାବର ସିଦ୍ଧୁ ଆମେରିକାର ଏକ ସରକାରୀ ଗସ୍ତ କରିଛନ୍ତି। ଏହା ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ କୌଣସି କାର୍ଯ୍ୟରତ ବାୟୁସେନା ମୁଖ୍ୟଙ୍କ ପ୍ରଥମ ଗସ୍ତ। ଏହା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ପାରସ୍ପରିକ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe