ଏପ୍ରିଲ ୨୧ରେ ବି ବୈସରନ ଘାଟିରେ ଥିଲେ ଆତଙ୍କୀ, ମୋତେ ମୋ ଧର୍ମ ପଚାରିଥିଲେ: ପର୍ଯ୍ୟଟକ

wqr

ମୁମ୍ବାଇ: ଏପ୍ରିଲ ୨୧ରେ ବି ବୈସରନ ଘାଟିରେ ଥିଲେ ଆତଙ୍କୀ। ପର୍ଯ୍ୟଟକଙ୍କୁ ପଚାରିଥିଲେ ଧର୍ମ। ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣରୁ ମହାରାଷ୍ଟ୍ରର ଜାଲନାରେ ରହୁଥିବ‌ା ରାଉତ ପରିବାର ଅଳ୍ପକେ ରକ୍ଷା ପାଇଯିବା ପରେ ଏହି ଖୁଲାସା କରିଛନ୍ତି। ରାଉତନଗର ଅଞ୍ଚଳର ବାସିନ୍ଦା ସଞ୍ଜୟ ରାଉତ ତାଙ୍କ ପୁଅ ଆଦର୍ଶ ଏବଂ ପତ୍ନୀଙ୍କ ସହିତ କଶ୍ମୀର ଯାଇଥିଲେ। ଏହି ପରିବାର ୨୧ ଏପ୍ରିଲରେ ପହଲଗାମରେ ଥିଲା।

ଏହି ସମୟରେ ପରିବାରକୁ ହୋଟେଲରେ ଛାଡ଼ି ଆଦର୍ଶ ରାଉତ ଘୋଡା ଚଢ଼ି ଘାଟିରେ ବୁଲିବାକୁ ଯାଇଥିଲେ। ବୈସରନ ଉପତ୍ୟକାରେ ଥିବା ଏକ ମ୍ୟାଗି ଷ୍ଟଲରେ ଅଟକିଥିବା ସମୟରେ, ଜଣେ ଅଜଣା ବ୍ୟକ୍ତି ଆଦର୍ଶଙ୍କ ସହ କଥାବାର୍ତ୍ତା ଆରମ୍ଭ କଲେ। ସେହି ବ୍ୟକ୍ତି ଆଦର୍ଶକୁ ପଚାରିଲେ ଯେ, 'ତୁମେ କଶ୍ମୀରୀ ପରି ଦେଖାଯାଉନାହଁ। ତୁମେ କ'ଣ ହିନ୍ଦୁ?' ଏହି ପ୍ରଶ୍ନରେ ଆଦର୍ଶ ଟିକେ ସନ୍ଦେହ କଲେ ଏବଂ ସେ ଉତ୍ତର ଦେଲେ ଯେ, 'ମୁଁ କଶ୍ମୀରୀ ବାସିନ୍ଦା'। ଏହା ପରେ ସେ ସେଠାରୁ ଚାଲି ଆସିଥିଲେ। ପରଦିନ  ଯେତେବେଳେ ଆକ୍ରମଣ ହେଲା ସେତେବେଳେ ଆଦର୍ଶ ନିଜ ପରିବାର ସହିତ ଶ୍ରୀନଗର ଚାଲିଯାଇଥିଲେ। ଆକ୍ରମଣ ପରେ ଯେତେବେଳେ ଆତଙ୍କବାଦୀଙ୍କ ଫଟୋ ପ୍ରକାଶ ପାଇଲା, ଆଦର୍ଶ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନି ପାରିଲେ। ୪ଜଣକ ମଧ୍ୟରୁ ଜଣେ ସେହି ବ୍ୟକ୍ତି ଥିଲେ ଯିଏ ତାଙ୍କ ସହିତ କଥା ହୋଇଥିଲେ। ଜାଲନା ଫେରିବା ପରେ, ଆଦର୍ଶ ଇମେଲ୍ ମାଧ୍ୟମରେ ଏନଆଇଏକୁ ଏହି ସୂଚନା ଦେଇଥିଲେ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ତାଙ୍କର ହୋଇଥିବା କଥାବାର୍ତ୍ତା ବିଷୟରେ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe