ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନକୁ ଧମକ ଦେଇ କହିଛି, ‘ଆମେ ଜଣଙ୍କୁ ହତ୍ୟା କରିବୁ, ତାହା ଲକ୍ଷ ସହ ସମାନ ହେବ’

Advertisment

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନକୁ ଧମକ ଦେଇଛି। ଏହି ଗ୍ୟାଙ୍ଗର ଧମକ ସହିତ ଜଡିତ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି।

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନକୁ ଧମକ ଦେଇଛି। ଏହି ଗ୍ୟାଙ୍ଗର ଧମକ ସହିତ ଜଡିତ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି।

trter

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନକୁ ଧମକ ଦେଇଛି। ଏହି ଗ୍ୟାଙ୍ଗର ଧମକ ସହିତ ଜଡିତ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି।

ଯେଉଁଥିରେ ଗ୍ୟାଙ୍ଗ ଉଲ୍ଲେଖ କରି ଯେ ପହଲଗାମ ଆକ୍ରମଣରେ ନିର୍ଦ୍ଦୋଷ ଲୋକଙ୍କ ହତ୍ୟାର ଜବାବ ଦେବା ପାଇଁ ଆମେ ପାକିସ୍ତାନରେ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବୁ । ଯାହାର ମୂଲ୍ୟ ଏକ ଲକ୍ଷସହିତ ସମାନ ହେବ। 

ପୋଷ୍ଟରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ମୁଖ୍ୟ ହାଫିଜ୍ ସଇଦର ଏକ ଫଟୋ ମଧ୍ୟ ଅଛି। ଯାହା ଉପରେ ଏକ କ୍ରସ୍ ଚିହ୍ନ ଅଛି। 

ଭାରତରେ ଅନେକ ଅପରାଧିକ କାର୍ଯ୍ୟ କରିଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପ୍ରାୟତଃ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜ ଅପରାଧକୁ ସ୍ବୀକାର କରିଥାଏ। ଯଦିଓ ଉକ୍ତ ପୋଷ୍ଟରେ କେତେ ସତ୍ୟତା ଅଛି ଏବଂ ଏହା ଗ୍ୟାଙ୍ଗ ଦ୍ୱାରା ପୋଷ୍ଟ କରାଯାଇଛି କି ନାହିଁ ତାହା ନିଶ୍ଚିତ ହୋଇ ପାରି ନଥାଏ, କିନ୍ତୁ  ପୋଷ୍ଟଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ପ୍ରାୟତଃ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଏବଂ ଡନଙ୍କ ସହ ସମ୍ପର୍କ ରଖିବାର ଅଭିଯୋଗ ଆସିଛି। ପୁଲିସ ଅନେକ ଅପରାଧରେ ଲରେନ୍ସ ବିଷ୍ଣୋଇର ପାକିସ୍ତାନ ସହିତ ସମ୍ପର୍କର ପ୍ରମାଣ ମଧ୍ୟ ଦେଇଛି, କିନ୍ତୁ ଜେଲରୁ ଲରେନ୍ସ କଥିତ ସାକ୍ଷାତକାରରେଏହାକୁ ଅସ୍ୱୀକାର କରିଛି। ନିଜକୁ ଦେଶଭକ୍ତ ବୋଲି କହି ଲରେନ୍ସ ବାରମ୍ବାର ଦାବି କରିଥିଲା ଯେ  ତାର ଦେଶର ଶତ୍ରୁମାନଙ୍କ ସହ କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe