କୁନିଝିଅର ରିଲ୍ସରେ କୈଦ ହୋଇଛନ୍ତି ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ

Advertisment

ଶ୍ରୀଜିତ ଭିଡିଓରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଦେଖିବା ମାତ୍ରେ ତୁରନ୍ତ ସମସ୍ତ ଭିଡିଓ ଏବଂ ଫଟୋ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରିଥିଲେ। ଏବେ ଏହି ରିଲ୍ ସାହାଯ୍ୟରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଆତଙ୍କବାଦୀଙ୍କ ଗତିବିଧି ଏବଂ ପରିଚୟ ସମ୍ପର୍କରେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। 

saSDESAD

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୭ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ୬ ଜଣ ନାଗରିକ ରହିଥିବା ଜଣାପଡ଼ିଛି। ଏହି ଆକ୍ରମଣକୁ ସାରା ବିଶ୍ୱରେ ତୀବ୍ର ନିନ୍ଦା କରାଯାଉଛି। 

ସମ୍ପ୍ରତି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ପୁଣେର ଶ୍ରୀଜିତ ରାମେଶନଙ୍କ ରହିଛି। ରାମେଶନ ତାଙ୍କ ପରିବାର ସହିତ କାଶ୍ମୀରର ବୈସରନ ଉପତ୍ୟକାକୁ ବୁଲିବାକୁ ଯାଇଥିଲେ।  ଏହି ସମୟରେ ତାଙ୍କ ଝିଅ ଏକ ଗୀତରେ ରିଲ୍ ତିଆରି କରିଥିଲେ । ଏହି ରିଲ୍ସରେ ଦୁଇଜଣ ସନ୍ଦିଗ୍ଧ ଯୁବକ ଦେଖାଯାଉଛନ୍ତି। ଏହି ଦୁଇ ଯୁବକଙ୍କ ଚେହେରା ଆତଙ୍କବାଦୀ ଆକ୍ରମଣ ପରେ ଅଙ୍କା କରାଯାଇଥିବା  ସ୍କେଚ୍ ସହିତ ମେଳ ଖାଉଛି।

ଶ୍ରୀଜିତ ଭିଡିଓରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଦେଖିବା ମାତ୍ରେ ତୁରନ୍ତ ସମସ୍ତ ଭିଡିଓ ଏବଂ ଫଟୋ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରିଥିଲେ। ଏବେ ଏହି ରିଲ୍ ସାହାଯ୍ୟରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଆତଙ୍କବାଦୀଙ୍କ ଗତିବିଧି ଏବଂ ପରିଚୟ ସମ୍ପର୍କରେ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। 

କାଶ୍ମୀର ବୁଲିବାକୁ ଯାଇଥିବା ଶ୍ରୀଜିତଙ୍କ ଝିଅର ରିଲ୍ସ ସଟ୍ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଲଟିଛି।କ୍ୟାମେରାର ଏହି ଦୃଶ୍ୟ ଏବେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚିବାର ରାସ୍ତା ଖୋଲିପାରେ ବୋଲି ଅଧିକାରୀମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe