ପହଲଗାମ ଆକ୍ରମଣ: ବଳି ପଡ଼ିଲେ ଆଇବି-ନୌସେନା-ବାୟୁସେନାର ଅଧିକାରୀ

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୨୮ଜଣକ ମଧ୍ୟରେ ତିନି ଜଣ କାର୍ଯ୍ୟରତ ପ୍ରତିରକ୍ଷା ଅଧିକାରୀ ଥିବା ସାମ୍ନାକୁ ଆସିଛି।

bk

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ୨୮ଜଣକ ମଧ୍ୟରେ ତିନି ଜଣ କାର୍ଯ୍ୟରତ ପ୍ରତିରକ୍ଷା ଅଧିକାରୀ ଥିବା ସାମ୍ନାକୁ ଆସିଛି। ଏହି ଅଧିକାରୀ ତାଙ୍କ ପରିବାର ସହିତ ଛୁଟି କଟାଇବାକୁ ପହଲଗାମ ଆସିଥିଲେ। କିନ୍ତୁ କାପୁରୁଷ ଆତଙ୍କବାଦୀମାନେ ସେମାନଙ୍କଠାରୁ ସେମାନଙ୍କ ଜୀବନ ଛଡ଼ାଇନେଲେ। ମୃତକମାନେ ହେଲେ ଆଇବି ଅଧିକାରୀ ମନୀଷ ରଞ୍ଜନ, ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ଏବଂ ବାୟୁସେନା କର୍ପୋରାଲ ତେଜ ହାଇଲ୍ୟାଙ୍ଗ।

ବିହାରର ରୋହତସ ଜିଲ୍ଲାରେ ଥିବା ଆରୁହି ଗାଁର ବାସିନ୍ଦା ମନୀଷ ରଞ୍ଜନ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ଜଣେ ଅଧିକାରୀ ଥିଲେ ଏବଂ ହାଇଦ୍ରାବାଦରେ ତାଙ୍କର ପୋଷ୍ଟିଂ ଥିଲା।ଗତ ମାସରେ ସେ ତାଙ୍କ ପରିବାରକୁ କହିଥିଲେ ଯେ, ଆମେ ଏପ୍ରିଲରେ ପହଲଗାମ ବୁଲିବାକୁ ଯିବା। ସେ, ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କ ସହିତ ଦକ୍ଷିଣ କଶ୍ମୀରରେ ପହଞ୍ଚିଥିଲେ। କିନ୍ତୁ ଏହା ତାଙ୍କର ଶେଷ ଯାତ୍ରା ହେବ ବୋଲି କାହାକୁ ଜଣାନଥିଲା।।

ଅନ୍ୟପକ୍ଷରେ ହରିୟାଣାର କର୍ଣ୍ଣଲର ବାସିନ୍ଦା ଲେଫ୍ଟନାଣ୍ଟ ବିନୟ ନରୱାଲ ଭାରତୀୟ ନୌସେନାରେ ୨ବର୍ଷ ପୂର୍ବେ ନିଯୁକ୍ତି ପାଇଥିଲେ ଏବଂ କୋଚିରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେ ଏପ୍ରିଲ ୧୯ରେ ବିବାହ କରିବା ପରେ ତାଙ୍କ ପତ୍ନୀଙ୍କ ସହିତ ପହଲଗାମ ବୁଲିବାକୁ ଆସିଥିଲେ। ହେଲେ ବିବାହର ମାତ୍ର ୪ଦିନ ମଧ୍ୟରେ ତାଙ୍କ ସହ ଏଭଳି ଛାତିଥରା ଘଟଣା ଘଟିବ ବୋଲି କାହାକୁ ଜଣାନଥିଲା।

ସେହିଭଳି ଭାରତୀୟ ବାୟୁସେନାର କର୍ପୋରାଲ ତେଜ ହାଇଲ୍ୟାଙ୍ଗ ଅରୁଣାଚଳ ପ୍ରଦେଶରେ ଥିବା ଲୋୟର ସୁବାନସିରି ଜିଲ୍ଲାର ତାଜାଙ୍ଗ ଗାଁର ବାସିନ୍ଦା ଥିଲେ। ସେ ଶ୍ରୀନଗରର ବାୟୁସେନା ଘାଟିରେ ନିଯୁକ୍ତ ଥିଲେ ଏବଂ ଛୁଟି ନେଇ ତାଙ୍କ ପତ୍ନୀଙ୍କ ସହ ପହଲଗାମ ବୁଲିବାକୁ ଯାଇଥିଲେ। ଭାରତୀୟ ବାୟୁସେନାର କର୍ପୋରାଲ ହାଇଲ୍ୟାଙ୍ଗଙ୍କର ବିବାହ କିଛି ମାସ ତଳେ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe