ରକ୍ତର ଜବାବ ରକ୍ତରେ: ବଦଲା... ବଦଲା... ବଦଲା... ଦେଶ ଚାହୁଁଛି ଇଟାର ଜବାବ ପଥରରେ

badla

Photograph: (Sambad.in)

ନୂଆଦିଲ୍ଲୀ: ବିଛା ମନ୍ତ୍ରଣା ନଜାଣି ସାପ ଗାତରେ ହାତ ପୂରାଇ ଭୁଲ କରିଦେଲେ ଆତଙ୍କବାଦୀ । ଏବେ ସେମାନଙ୍କୁ ନିସ୍ତାର ନାହିଁ, ଗୋଡେଇ ଗୋଡେଇ ସେମାନଙ୍କୁ ନିପାତ କରାଯିବ । କଡାଗଣ୍ଡାର ହିସାବ ନିଆଯିବ । ଧଳାର ଚାଦର ଘୋଡି ଶୋଇଥିବା ପାହାଡକୁ ରକ୍ତର ହୋଲି ଖେଳି ଯେମିତି ରକ୍ତାକ୍ତ କରିଛନ୍ତି ଆତଙ୍କୀ ଆଉ ନିରିହ ଲୋକଙ୍କୁ ମାରି ଯେଉଁ ଭୁଲ କରିଛନ୍ତି ସେମାନଙ୍କୁ ଏ ଭୁଲ ଅକ୍ଷମଣୀୟ... 

ଆତଙ୍କୀଙ୍କ ଛାତିରେ ଗୁଳି ମାରି ଜୀବନ ନେଇଯିବେ ଯବାନ, ରକ୍ତର ଜବାବ  ରକ୍ତରେ ଦିଆଯାଉ... ଯିଏ ଧର୍ମ ପଚାରି ହତ୍ୟା କରୁଛି ତାର ସ୍ଥାନ ଏ ଧରାରେ ନାହିଁ । ମାନବିକତାର ସବୁ ସୀମା ସରହଦ ଟପି ଗୁଳିମାରି ଜୀବନ ଛଡାଇ ନେଇଥିବା ଆତଙ୍କୀଙ୍କୁ ତୁରନ୍ତ ହତ୍ୟା କରାଯାଉ । ଆତଙ୍କବାଦୀଙ୍କର କିଛି ଧର୍ମ ନାହିଁ, ନିନ୍ଦା କରିବାକୁ ଭାଷା ନାହିଁ, ଆତଙ୍କୀମାନେ ଯୋଉ ଗାତରେ ପଶିଲେବି, ଯେଉଁଠି ଲୁଚିଥିଲେ ବି ସେମାନଙ୍କୁ ଖୋଜି ଖୋଜି ମରାଯାଉ, ତେଣିକି ସେଥିପାଇଁ ସର୍ଜିକାଲ ଷ୍ଟ୍ରାଇକ କରାଯାଉ କିମ୍ବା ଯୁଦ୍ଧ ଘୋଷଣା, ଆମକୁ କିନ୍ତୁ ଏହାର ଦୃଢ଼ ପ୍ରତିକାର ଦରକାର ହିଁ ଦରକାର... ବୋଲି ଏବେ ସାରା ଦେଶରେ ଦାବି ହେଉଛି

ପହଲଗାମ୍ ହମଲା ପରେ କ୍ରୋଧିତ ହୋଇଛନ୍ତି ଦେଶବାସୀ । ଆତଙ୍କୀ ହମଲାକୁ ସାରା ବିଶ୍ବରେ ନିନ୍ଦା କରାଯାଉଥିବା ବେଳେ ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ଯଦି ଧର୍ମ ପାଇଁ ଜଣଙ୍କୁ ହତ୍ୟା କରାଯିବ ତାହାଲେ ସେ ମଣିଷଟା ନିହାତି ଆତଙ୍କବାଦୀ ହୋଇଥିବ ବୋଲି ସୋସିଆଲ ମିଡିଆରେ ଏବେ ଆତଙ୍କୀଙ୍କ ଉପରେ ଆକ୍ସନ ନେବାକୁ ଦାବି ହେଉଛି । ମୋଦୀ ଆଉ ଗୋଟେ ସର୍ଜିକାଲ ଷ୍ଟାଇକ୍ କରନ୍ତୁ ବୋଲି ଦାବି ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe