ସିଧାସିଧା ଆକ୍ରମଣ ଚାହୁଁଛନ୍ତି ଦେଶବାସୀ: ପହଲଗାମ୍ ପ୍ରତିଶୋଧ ପାଇଁ ବଡ଼ ହଲଚଲ, କେତେବେଳେ କିଛି ବି ହୋଇପାରେ...

ଅଦ୍ୟତନ ହୋଇଛି
war may happens

Photograph: (Sambad.in)

ନୂଆଦିଲ୍ଲୀ: ପହଲଗାମ୍ ପ୍ରତିଶୋଧ ପାଇଁ ପ୍ରସ୍ତୁତି ଚଲାଇଛି ଭାରତ । ଆତଙ୍କବାଦୀଙ୍କୁ ଜବାବ ଦେବାକୁ ପୂରା ରଣନୀତି ପ୍ରସ୍ତୁତ କରୁଛନ୍ତି ଭାରତ ସରକାର । ଆତଙ୍କବାଦ ବିରୋଧରେ ବଡ କାର୍ଯ୍ଯାନୁଷ୍ଠାନ ସହ ଆତଙ୍କୀଙ୍କୁ ପ୍ରଶୟ ଦେଉଥିବା ଦେଶ ପାକିସ୍ତାନକୁ ପାନେ ଦେବାକୁ ଭାରତ ଗୋଟେ ପରେ ଗୋଟେ ଆକ୍ସନ ନେଉଥିବା ବେଳେ ଆଗକୁ ଯୁଦ୍ଧ ଭଳି ସ୍ଥିତି ଉପୁଜିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି । ଭାରତ ଦିନକୁ ଦିନ ଯେଉଁଭଳି ଭାବେ ତାର ଆଭିମୁଖ୍ୟ ଦେଖାଉଛି  ତାହା ସ୍ପଷ୍ଟ କହୁଛି କି ଖୁବଶୀଘ୍ର ଭାରତ ପାକିସ୍ତାନ ବିପକ୍ଷରେ ଏକ ବଡ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିପାରେ । ପହଲଗାମ୍ ପ୍ରତିଶୋଧ ନେବାକୁ ଏବଂ ବଡ ଜବାବ ଦେବାକୁ ବଡ଼ ହେଉଥିବା କୁହାଯାଉଛି । ଆଉ ସେହି ଚର୍ଚ୍ଚାକୁ ଫର୍ଚ୍ଚା କରିଛି ଆଜି ମୋଦୀ-ରାଜନାଥଙ୍କ ୪୦ ମିନିଟିଆ ଆଲୋଚନା ।

ଭାରତର ବଡ ଆକ୍ସନର ଘଟଣାକ୍ରମକୁ ଯଦି ଦେଖିବା ତେବେ ପ୍ରଥମେ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ, ପରେ ପାକିସ୍ତାନୀଙ୍କ ଭିସା ରଦ୍ଦ, ପାକିସ୍ତାନୀଙ୍କୁ ଭାରତରୁ ତଡ଼ିବାକୁ ନିର୍ଦ୍ଦେଶ ଏବଂ ଜଳ ଷ୍ଟ୍ରାଇକ୍ ପରେ ଡିଜିଟାଲ୍ ଷ୍ଟ୍ରାଇକ୍ ଭଳି ବଡ ବଡ କାର୍ୟ୍ୟାନୁଷ୍ଠାନ ପାକିସ୍ତାନକୁ ପାନେ ଦେବାକୁ ପ୍ରାରମ୍ଭିର ପ୍ରହାର କୁହାଯାଉଥିବା ବେଳେ ୨୬ ଜଣଙ୍କ ଜୀବନ ବଦଳରେ ଆତଙ୍କୀଙ୍କ ମୁଣ୍ଡ ମାଗୁଛନ୍ତି ଦେଶବାସୀ ।

ମୋଦୀ ସରକାର ଏୟାର ଷ୍ଟ୍ରାଇକ୍, ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ଖୁବଶୀଘ୍ର ଆଉ ଏକ ସିଧା ହମଲା କରି ପାକିସ୍ତାନରେ ପଶି ଆତଙ୍କୀଙ୍କୁ ମାରନ୍ତୁ ବୋଲି ଦାବି ଜୋର ଧରିଛି । ଦେଶବାସୀ ଚାହୁଛନ୍ତି ପାକିସ୍ତାନକୁ ସବୁ ଦିଗରୁ ପାନେ ଦେଇ ଆତଙ୍କୀ ହମଲାର ବଦଲା ନେବାକୁ ତେଣୁ ଖାଲି କୂଟନୈତିକ ସ୍ତରରେ ନୁହେଁ ସିଧାସିଧା ଯୁଦ୍ଧ କରି ପ୍ରତିଶୋଧ ନେବାକୁ ଦେଶବାସୀ ଦାବି କରି ଆସୁଛନ୍ତି ।

ତେବେ ଭାରତର ଆକ୍ସନ ପରେ ଏଲଓସିରେ ପାକିସ୍ତାନ ଫାୟାରିଂ କରିବା ହିଁ ଦର୍ଶାଇ ଦେଉଛି କି ପାକିସ୍ତାନ ଭୟରେ ଅଛି । ଏବଂ ପାକିସ୍ତାନ ସେନାର ଗୁଳିମା଼ଡର ଜବାବ ଭାରତୀୟ ଯବାନମାନେ ଦେଉଛନ୍ତି । ସେପଟେ ତିନି ସେନାକୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଜଳ-ସ୍ଥଳ-ଆକାଶରେ ପଇଁତରା ମାରୁଛି ଭାରତୀୟ ସେନା । 

ଇତିମଧ୍ୟରେ ସବୁ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର। ଅନ୍ୟପଟେ ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ରମାନେ ମଧ୍ୟ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଯେତେବେଳେ ଭାରତକୁ ସମର୍ଥନ ଜଣାଉଛନ୍ତି ସେତେବେଳେ ଏକାକୀ ପଡିଯାଇଛି ପାକିସ୍ତାନ । ଆଉ ଏଭଳି ପରିସ୍ଥିତିରେ ଭାରତ ପାକିସ୍ତାନ ବିରୋଧରେ କେତେବେଳେ କଣ ଆକ୍ସନ ନେବ କହି ହେଉନି । ତେଣୁ ଭାରତର ଏ ଆଭିମୁଖ୍ୟ ଦେଖି ପାକିସ୍ତାନ ଆଖିରୁ ନିଦ ହଜିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe