ପହଲଗାମ ଆକ୍ରମଣର ପ୍ରାୟ ପାଞ୍ଚ ମାସ ପରେ ଧରାପଡ଼ିଲା ଆତଙ୍କୀଙ୍କୁ ସାହାଯ୍ୟ କରିଥିବା ଶିକ୍ଷକ

ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରାୟ ପାଞ୍ଚ ମାସ ପରେ, ଜମ୍ମୁ-କଶ୍ମୀର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ପରିବହନ ସହାୟତା ଯୋଗାଇବା ପାଇଁ ଦାୟୀ କରାଯାଉଥିବା ବ୍ୟକ୍ତିଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି।

New Project (17)

ଜମ୍ମୁ-କଶ୍ମୀର: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରାୟ ପାଞ୍ଚ ମାସ ପରେ, ଜମ୍ମୁ-କଶ୍ମୀର ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କୁ ପରିବହନ ସହାୟତା ଯୋଗାଇବା ପାଇଁ ଦାୟୀ କରାଯାଉଥିବା ବ୍ୟକ୍ତିଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି।

ପହଲଗାମ୍‌ ଆକ୍ରମଣରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହି ଆକ୍ରମଣରେ ହାତ ଥିବା ଅଭିଯୋଗରେ ଗିରଫ କରାଯାଇଥିବା ଆତଙ୍କବାଦୀ ସହଯୋଗୀଙ୍କୁ ଦକ୍ଷିଣ କଶ୍ମୀରର ୟୁସୁଫ୍ କଟାରିଆ ଭାବରେ ଚିହ୍ନଟ କରାଯାଇଛି। ଜମ୍ମୁ ଏବଂ କଶ୍ମୀରର ଜଣେ ୨୬ ବର୍ଷୀୟ ଶିକ୍ଷକ ୟୁସୁଫ୍ କଟାରିଆଙ୍କୁ ଶ୍ରୀନଗର ପୁଲିସ ଗିରଫ କରିଛି। କଟାରିଆ ଲସ୍କର-ଏ-ତୈବା ସହିତ ଜଡିତ ବୋଲି କୁହାଯାଉଛି। ତାଙ୍କୁ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

‘ଅପରେସନ ମହାଦେବ’ରେ ନିହତ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କଠାରୁ ଉଦ୍ଧାର କରାଯାଇଥିବା ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସ ତଦନ୍ତ ପରେ ମହମ୍ମଦ କଟାରିଆଙ୍କୁ ଗିରଫ କରାଯାଇଥିଲା। ‘ଅପରେସନ ମହାଦେବ’ ପରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଏହା ପ୍ରଥମ ବଡ଼ ଗିରଫଦାରୀ ବୋଲି ଜଣାପଡିଛି। ମହମ୍ମଦ କଟାରିଆ ଦକ୍ଷିଣ କଶ୍ମୀରର ବାସିନ୍ଦା। ଏନେଇ ଜମ୍ମୁ-କଶ୍ମୀର ପୁଲିସ ଗଣମାଧ୍ୟମରେ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe