ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ସ୍ଥାନୀୟବାସିନ୍ଦା

ଆତଙ୍କବାଦୀ ଆକ୍ରମଣ କରୁଥିବା ସମୟରେ ସୈୟଦ ସାଙ୍ଗରେ ନେଇ ଯାଉଥିବା ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ଆତଙ୍କବାଦୀ ହାତରୁ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।  

opik[oi

ନୂଆଦିଲ୍ଲୀ: ଅନେକ ଆଶା ଓ ଖୁସିର ସହିତ ଜମ୍ମୁ-କଶ୍ମୀରର ପହଲଗାମକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକମାନେ ‌ଯେ ଏଭଳି ଭାବେ ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରିବେ ସେକଥା ସେମାନେ କେବେ ଚିନ୍ତା ବି କରି ନଥିଲେ। ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି। 

ପହଲଗାମରେ ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରୁଥିବା ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ପହଲଗାମର ବାସିନ୍ଦା ଆତଙ୍କବାଦୀଙ୍କଠାରୁ ରାଇଫଲ୍ ଛଡ଼ାଇ ନେବାକୁ ଚେଷ୍ଟା କରି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ସୈୟଦ ଆଦିଲ ହୁସେନ ଶାହ ପର୍ଯ୍ୟଟକମାନଙ୍କୁ ଘୋଡା ଉପରେ ବସାଇ କାର ପାର୍କିଂରୁ ପହଲଗାମର ବୈସରନ ଗ୍ରାଉଣ୍ଡକୁ ନେଇ ଯାଆନ୍ତି। କାରଣ ଏହି ରାସ୍ତାରେ କେବଳ ପାଦରେ ଚାଲିଚାଲି ଯିବାର ସୁବିଧା ରହିଛି। 


ଆତଙ୍କବାଦୀ ଆକ୍ରମଣ ହେଉଥିବା ସମୟରେ ସୈୟଦ ସାଙ୍ଗରେ ନେଇ ଯାଉଥିବା ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ଆତଙ୍କବାଦୀ ହାତରୁ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।  

ସୈୟଦ ହୁସେନ ଶାହ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିଲେ। ସୈୟଦଙ୍କ ବାପା ସୈୟଦ ହାଇଦର ଶାହ କୋହଭରା କଣ୍ଠରେ କହିଛନ୍ତି, @ମୋ ପୁଅ ଗତକାଲି କାମ ପାଇଁ ପହଲଗାମ ଯାଇଥିଲା ଏବଂ ଅପରାହ୍ନ ପ୍ରାୟ ୩ଟାରେ ସମୟରେ ଆମେ ଆତଙ୍କବାଦୀଙ୍କ ଆକ୍ରମଣ ବିଷୟରେ ଜାଣିବାକୁ ପାଇଥିଲୁ। ସଙ୍ଗେସଙ୍ଗେ ଆମେ ସୈୟଦକୁ ଫୋନ୍ କରିଥିଲୁ କିନ୍ତୁ ତାର ଫୋନ୍ ସୁଇଜଅଫ କହିଥିଲା। 

ଏହାପରେ ଆମେ ପୁଲିସ ଷ୍ଟେସନରେ ପହଞ୍ଚି ପୁଅ ବିଷୟରେ କହିବାରୁ ସେମାନେ କହିଥିଲେ ସୈୟଦ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe