ସୁନ୍ଦର ଉପତ୍ୟକାର ଭିଡିଓ କରୁଥିବା ବେଳେ ପର୍ଯ୍ୟଟକଙ୍କ କ୍ୟାମେରାରେ ରେକର୍ଡିଂ ହୋଇଥିଲା ଆତଙ୍କବାଦୀଙ୍କ ଆକ୍ରମଣ

ଜମ୍ମୁ-କାଶ୍ମୀରର ପହଲଗାମର ପ୍ରସିଦ୍ଧ ବୈସାରନର ସୁନ୍ଦର ଉପତ୍ୟକାର ଭିଡିଓ ରେକର୍ଡିଂ କରୁଥିବା ବେ‌ଳେ ପର୍ଯ୍ୟଟକଙ୍କ କ୍ୟାମେରାରେ ରେକର୍ଡ ହେଲା ଆତଙ୍କବାଦୀଙ୍କ ଭୟାବହ ଆକ୍ରମଣ।

ଦନସନଦ

ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡ଼ିକରେ ପର୍ଯ୍ୟଟକମାନଙ୍କ କରୁଣ ଚିତ୍କାର, ଦଳାଚକଟା ଏବଂ ଗୁଳି ଫୁଟିବାର ଭୟାବହ ଶବ୍ଦ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି।

ଏକ ଭାଇରାଲ ଭିଡିଓରେ, ଜଣେ ପର୍ଯ୍ୟଟକ ପହଲଗାମର ପ୍ରସିଦ୍ଧ ବୈସାରନର ସୁନ୍ଦର ଉପତ୍ୟକାର ଭିଡିଓ ରେକର୍ଡିଂ କରୁଥିଲେ। ଏହି ସମୟରେ ସେ ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ପାଇଥିଲେ। କ’ଣ ହେଉଛି କିଛି ବୁଝି ନପାରି ବ୍ୟକ୍ତି ଜଣକ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିବା ଦେଖିବାକୁ ମିଳୁଛି। 


ପରବର୍ତ୍ତୀ ଭିଡିଓରେ ଉକ୍ତ ବ୍ୟକ୍ତି ଜଣକ ଭୟଭୀତ ହୋଇ କହୁଛନ୍ତି, "ଏଠାରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି।" 

ଏହି ଭିଡିଓଟି ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି କାରଣ ଆତଙ୍କବାଦୀ ଆକ୍ରମଣ ସେହି ସମୟରେ ହୋଇଥିଲା ଯେତେବେଳେ ଏହି ବ୍ୟକ୍ତି ତାଙ୍କ ଭିଡିଓ ରେକର୍ଡିଂ କରୁଥିଲେ।

ଅନ୍ୟ ଏକ ଭିଡିଓରେ, ଜଣେ ମହିଳା ପର୍ଯ୍ୟଟକ ଏହି ଆତଙ୍କବାେଦୀ ଆକ୍ରମଣକୁ ନେଇ କହୁଛନ୍ତି, ‘ "ଆମେ ଭେଲପୁରୀ ଖାଉଥିଲୁ, ହଠାତ୍ ଜଣେ ବ୍ୟକ୍ତି ଆସି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏସବୁ କ’ଣ ହେଉଛି ହଠାତ ଆମେ କିଛି ବୁଝି ପାରି ନଥିଲୁ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe