ମହଙ୍ଗା ପଡ଼ିଲା ଭାରତ ବିରୋଧୀ ମନ୍ତବ୍ୟ: ଭାରତରେ ବ୍ୟାନ୍ ହେଲା ଶାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ୍

AFRIDI

Photograph: (Sambad.in)

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ ଆଫ୍ରିଦିଙ୍କ ଉପରେ ଭାରତର ବଡ ଆକ୍ସନ । ଭାରତରେ ବନ୍ଦ ହେଲା ଶାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ ଚ୍ୟାନେଲ୍ । ଭାରତ ବିରୋଧୀ ମନ୍ତବ୍ୟ ପରେ ଆଫ୍ରିଦିଙ୍କ ଉପରେ ଆକ୍ସନ ନେଲେ ଭାରତ ସରକାର ।

ତେବେ ପହଲଗାମ୍ ଆତଙ୍କୀ ହଲମାରେ ପାକିସ୍ତାନ ସେନାର ସମ୍ପୃକ୍ତି ଥିବା ଜଣା ପଡିବା ପରେ ଭାରତ ଲଗାତାର ପାକ୍ ବିରୋଧୀ ଆକ୍ସନ ନେଉଥିବା ବେଳେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ ଆଫ୍ରିଦି ଭାରତ ବିରୋଧରେ ଲଗାତାର ଭାବେ ବିଷୋଦଗାର କରୁଛନ୍ତି । ବିଭ୍ରାନ୍ତିକର ତଥ୍ୟ ଏବଂ ମିଛ କଥା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ।

ଗତ କିଛି ଦିନ ତଳେ ଏୟ ଟିଭି ବିତର୍କରେ ଭାରତ ଉପରେ ସାଙ୍ଘାତିକ ଆରୋପ ଲଗାଇଥିଲେ ଶାହିଦ । ଆଫ୍ରିଦି କହିଥିଲେ- ଭାରତ ନିଜେ ନିଜର ଲୋକଙ୍କୁ ମାରି ପାକିସ୍ତାନ ଉପରେ ଦୋଷ ଲଦୁଛି ଏବଂ ଭାରତୀୟ ଯବାନମାନେ ନିକମ୍ମା କହିବା ପରେ ଶାହିଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବନ୍ଦ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe