ଏବେ ବି ଦକ୍ଷିଣ କଶ୍ମୀରରେ ଲୁଚିକି ରହିଛନ୍ତି ଆତଙ୍କବାଦୀ: ସୂତ୍ର

୨୨ ଏପ୍ରିଲରେ ଦକ୍ଷିଣ କଶ୍ମୀରର ପହଲଗାମରେ ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଚାରି ଜଣ ଆତଙ୍କବାଦୀ ଏବେ ବି ଖୋଜା ଚାଲିଛି। ତେବେ ଜାତୀୟ ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ସେମାନେ ସମ୍ଭବତଃ ସେହି ଅଞ୍ଚଳରେ ଅଛନ୍ତି ବୋଲି ସୂଚନା ରହିଛି। 

ୁୂିୁଳ

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଦକ୍ଷିଣ କଶ୍ମୀରର ପହଲଗାମରେ ୨୬ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଚାରି ଜଣ ଆତଙ୍କବାଦୀ ଏବେ ବି ଖୋଜା ଚାଲିଛି। ତେବେ ଜାତୀୟ ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ସେମାନେ ସମ୍ଭବତଃ ସେହି ଅଞ୍ଚଳରେ ଅଛନ୍ତି ବୋଲି ସୂଚନା ରହିଛି। ସେମାନଙ୍କ ପାଖରେ ବଞ୍ଚିରହିବା ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ବି ରହିଛି।

ଏନ୍‌ଆଇଏ ସୂତ୍ର କହିଛି ଯେ ଆତଙ୍କବାଦୀମାନେ ଘନ ଜଙ୍ଗଲରେ ଲୁଚି ଥାଇପାରନ୍ତି। ଆତଙ୍କବାଦ ବିରୋଧୀ ସଂସ୍ଥା ଏନ୍‌ଆଇଏ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତରେ ହୋଇଥିବା ସବୁଠାରୁ ଖରାପ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଦାୟିତ୍ୱ ନେଇଛି। ଯିଏକି ୨୦୧୯ ମସିହାରେ ହୋଇଥିବା ଜମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣର ଦାୟିତ୍ବ ବହନ କରିଥିଲେ। ପୁଲୱାମା ଆକ୍ରମଣରେ ୪୦ ଜଣ ସୈନିକ ସହିଦ ହୋଇଥିଲେ। 

ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପହଲଗାମ୍‌ ଆକ୍ରମଣର ଆତଙ୍କବାଦୀମାନେ ବୈସାରନ ଉପତ୍ୟକାରେ ଉପସ୍ଥିତ ଥିଲେ। ପହଲଗାମରେ ଆକ୍ରମଣ କରିବାର ପ୍ରାୟ ୪୮ ଘଣ୍ଟା ପୂର୍ବରୁ ସେମାନେ ସେଠାରେ ଲୁଚି ରହିଥିଲେ। 

ଉଲ୍ଲେଖଯୋଗ୍ୟ, ଡରରେ ଗୁଳି ମାରୁଛି ପାକିସ୍ତାନ । ଏଲଓସିରେ ଜାରି ରହିଛି ଉତ୍ତେଜନା । ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କଲା ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ଅଷ୍ଟମ ଦିନରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe