ବମ୍ବେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ ସି ବି ଏଫ ସିର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହାଲନୀ , ଜାଣନ୍ତୁ କାରଣ

Advertisment
ବମ୍ବେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ ସି ବି ଏଫ ସିର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହାଲନୀ , ଜାଣନ୍ତୁ କାରଣ

ମୁମ୍ବାଇ:କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ(ସିବିଏଫସି)ର ପୂର୍ବତନ ଅଧ୍ୟକ୍ଷ ପହଲାଜ ନିହାଲନୀ ନିଜର ଆଗାମୀ ହିନ୍ଦୀ ସିନେମା ’ରଙ୍ଗିଲା ରାଜା’କୁ ନେଇ ବମ୍ବେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଫିଲ୍ମ ନଭେମ୍ବର ୧୬ ତାରିଖରେ ରିଲିଜ୍‌ ହେବ।
ପହଲାଜ ନିହାଲୀନଙ୍କ ଅଭିଯୋଗ ଅନୁଯାୟୀ ସିବିଏଫ୍‌ ତାଙ୍କ ପ୍ରଯୋଜିତ ଫିଲ୍ମ ‘ରଙ୍ଗିଲା ରାଜା’ରେ କେତେକ ସ୍ଥାନରେ ଅନାବଶ୍ୟକ କଟ୍‌ ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁ କଟ୍‌ ଦିଆଯାଇଛି,ସେହି ଦୃଶ୍ୟରେ କୌଣସି ଅଶ୍ଳୀଳ ଦୃଶ୍ୟ ବା ସଂଳାପ ନାହିଁ।
ଏହି ସିନେମାରେ ଥିବା ଦୁଇଟି ସଂଳାପକୁ ବାଦ୍‌ ଦେବା ପାଇଁ ସିବିଏଫ୍‌ସି ପକ୍ଷରୁ କୁହାଯାଇଛି। ତାହା ହେଲା ‘ତଲଓ୍ଵାର୍‌ ମେଁ ସେ ବାହାର୍‌ ନିକଲ୍‌ ଆୟି ତୋ..’ ଏବଂ ‘ତୁ ଐସି ସ୍ୱାଦିଷ୍ଟ ଖାନା ମୁଝେ ଖିଲା ଚୁକି ହେ..। ପହଲାଜ ନିହାଲୀନ ତାଙ୍କର ଓକିଲ ଅଶୋକ ସରାଓଗୀଙ୍କ ଜରିଆରେ ଆବେଦନ କରିଛନ୍ତି।

publive-image
ପହଲାଜ ନିହଲନୀଙ୍କର ଏହି ପିଟିସନ୍‌ ଶୁଣି ଆଜି ବମ୍ବେ ଉଚ୍ଚ ନ୍ୟାୟାଳୟ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe