ଇଡିକୁ ରିୟାଙ୍କ ବୟାନ: ମୋ ଆୟରୁ ସବୁ ଜିନିଷ କିଣିଛି, ସୁଶାନ୍ତଙ୍କ ଆକାଉଣ୍ଟରୁ କୌଣସି ଟଙ୍କା ଉଠାଇ ନାହିଁ

Advertisment
ଇଡିକୁ ରିୟାଙ୍କ ବୟାନ: ମୋ ଆୟରୁ ସବୁ ଜିନିଷ କିଣିଛି, ସୁଶାନ୍ତଙ୍କ ଆକାଉଣ୍ଟରୁ କୌଣସି ଟଙ୍କା ଉଠାଇ ନାହିଁ

OrissaPOST

ମୁମ୍ବାଇ: ଗତକାଲି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ ଟଙ୍କା ହେରଫେର କରିଥିବା ଅଭିଯୋଗର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦେଶଳାୟ ଡ଼କାଇଥିଲା | ଦୀର୍ଘ ୮ଘଣ୍ଟା ଧରି ପଚରାଉଚରା କରିବା ପରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ନିଜ ଖର୍ଚ ପାଇଁ ଟଙ୍କା ଉଠାଇ ନଥିବା କହିଛନ୍ତି | କିଣିଥିବା ସବୁ ଜିନିଷ ପାଇଁ ସେ ନିଜେ ଆୟ କରିଥିବା ଟଙ୍କା ଲଗାଇଥିବା ଇଡିକୁ କହିଛନ୍ତି |

Sushant Singh Rajput: Sushant Singh Rajput death: After request ... The Economic Times

ସୁଶାନ୍ତଙ୍କ ୩ଟି କମ୍ପାନି ବିଷୟରେ ପଚରାଯିବା ପରେ ରିୟା କହିଥିଲେ ଯେ, କମ୍ପାନି ପାଇଁ ୧ଲକ୍ଷ ଟଙ୍କା ଦିଆଯାଇଥିଲା, ଯାହାକୁ ମୁଁ, ସୁଶାନ୍ତ ଏବଂ ମୋ ଭାଇ ଦେଇଥିଲୁ | ଏହା ଠାରୁ ଅଧିକ ଟଙ୍କା ଆମେ କମ୍ପାନିରେ ଲଗାଇ ନାହୁଁ | ରିୟାଙ୍କ ନାଁରେ କିଣା ଯାଇଥିବା ୨ଟି ସମ୍ପତ୍ତି ବିଷୟରେ ପଚରାଯିବା ପରେ ସେ କହିଥିଲେ ଯେ, ତାଙ୍କ ନାମରେ ଥିବା ଖାର (ପୂର୍ବ) ଫ୍ଲାଟ ପାଇଁ ସେ ୬୦ ଲକ୍ଷ ଟଙ୍କା ଋଣ ନେଇଥିଲେ ଏବଂ ବାକି ୨୫ ଲକ୍ଷ ଟଙ୍କା ନିଜ ଆୟରୁ ଦେଇଥିଲେ | ତେବେ ପ୍ରଥମ ଦିନରେ ରିୟା ସବୁ ତଥ୍ୟ ଦେଇ ନଥିଲେ ମଧ୍ୟ ପୁଣି ଥରେ ତାଙ୍କୁ ପଚରାଉଚରା ପାଇଁ ଡକାଯିବ ବୋଲି କହିଛି ଇଡି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe