Image Courtesy of NDTV
ଦୋହା: ବିମାନରୁ ରଙ୍ଗ ଛାଡ଼ିବା ଘଟଣା ଯୋଗୁଁ ରୁଜୁ ହୋଇଥିବା ୧ ବିଲିୟନ୍ ଡଲାର୍ କ୍ଷତିପୂରଣ ମାମଲାର ସମାଧାନ ହେଉ ନ ଥିବାରୁ ଉକ୍ତ ବିମାନର ନିର୍ମାତା ଗ୍ୟାଙ୍ଗଷ୍ଟର୍ଙ୍କ ଭଳି କାର୍ଯ୍ୟ କରୁଥିବା କଥା ମଙ୍ଗଳବାର ଦିନ କତାର୍ ଏୟାର୍ୱେଜ୍ର ମୁଖ୍ୟ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବିମାନରୁ କାତି ଛାଡ଼ିବା ପରି ରଙ୍ଗ ଛାଡ଼ିବାରୁ କତାର୍ ଏୟାରୱେଜ୍ ଏବଂ ବିଶ୍ବର ବୃହତ୍ତମ ବିମାନ ନିର୍ମାତାଙ୍କ ମଧ୍ୟରେ ଗତ କିଛି ମାସ ହେବ ମୋକଦ୍ଦମା ଚାଲିଛି। ବିମାନରୁ ରଙ୍ଗ ଛାଡ଼ିବାରୁ କତାର୍ ଏୟାର୍ୱେଜ୍ ୨୩ଟି ‘ଏ୩୫୦’ ଜେଟ୍ ବିମାନ ଚଳାଚଳ ବନ୍ଦ ରଖିବାକୁ ବାଧ୍ୟ ହୋଇଛି।
ଦୋହାରେ ଆୟୋଜିତ ‘ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ ଟ୍ରାନ୍ସ୍ପୋର୍ଟ ଆସୋସିଏସନ୍’ର ବାର୍ଷିକ ସାଧାରଣ ସଭାରେ କତାର୍ ଏୟାର୍ୱେଜ୍ର ‘ସିଇଓ’ ଆକବର୍ ଅଲ୍ ବକେର୍ କହିଛନ୍ତି, ଯଦି ସମସ୍ୟାର ସମାଧାନ ହୋଇ ପାରିଥାଆନ୍ତା, ଆସନ୍ତାବର୍ଷ ହେବାକୁ ଥିବା ବିଚାର ପାଇଁ ଆମେ ଅପେକ୍ଷା କରି ନ ଥାନ୍ତୁ। ଜଣେ ସ୍ଥାୟୀ ଗ୍ରାହକଙ୍କ ଉପରେ ଚାପ ପକାଇବାକୁ ଏକ ନିର୍ମାତାକୁ ତା’ର ବଜାର ଆଧିପତ୍ୟ ଉପଯୋଗ କରିବା ଲାଗି କଦାପି ଅନୁମତି ଦେବା ଅନୁଚିତ।
Image Courtesy of East Coast Dailyପ୍ରାପ୍ତ ସୂଚନା ଅନୁସାରେ, ମେ ମାସରେ ହୋଇଥିବା ସଦ୍ୟତମ ଶୁଣାଣି ବେଳେ ଉଭୟ ପକ୍ଷ ଆପୋସ ବୁଝାମଣା କରିବାକୁ ରାଜି ହୋଇଥିଲା ବେଳେ ବିଚାର ସମୟ ଅବଧି କାଣ୍ଟଛାଣ୍ଟ କରିବା ଲାଗି ମଧ୍ୟ ଲଣ୍ଡନ୍ ହାଇକୋର୍ଟର ଜଣେ ବିଚାରପତି ରାଜି ହୋଇଥିଲେ। ବିମାନରୁ କାତି ଛାଡ଼ିବା ପରି ରଙ୍ଗ ଉଠି ଯାଉଥିବାରୁ କତାର୍ ଏୟାର୍ୱେଜ୍ ଉକ୍ତ ବିମାନ ନିର୍ମାତାଙ୍କ ନାମରେ ୧ ବିଲିୟନ୍ ଡଲାର୍ କ୍ଷତିପୂରଣ ମାମଲା ରୁଜୁ କରିଥିଲା। ରଙ୍ଗ ଛାଡ଼ିଯାଉଥିବାରୁ ‘ଏ୩୫୦’ ବିମାନ ଉପରେ ବଜ୍ରପାତର ଆଶଙ୍କା ସୃଷ୍ଟି ହୋଇଥିବା କତାର୍ ଏୟାର୍ୱେଜ୍ ଦାବି କରିଛି।
Follow Us