ଭାରତ ଆତଙ୍କବାଦର ପ୍ରାୟୋଜକ: ପାକିସ୍ତାନ

ଭାରତର ଅସ୍ବୀକାର ପରେ ବି ଟ୍ରେନ ଅପହରଣ ପାଇଁ ପୁଣି ଭାରତକୁ ଦାୟୀ କରିଛି ପାକିସ୍ତାନ । ଏଥର ପାକିସ୍ତାନ ସେନା କହିଛି ଯେ ପାକିସ୍ତାନରେ ହେଉଥିବା ଆତଙ୍କବାଦର ପ୍ରାୟୋଜକ ହେଉଛି ଭାରତ ।

pk

ଇସ୍ଲାମାବାଦ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଟ୍ରେନ୍ ଅପହରଣ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପାକିସ୍ତାନ ଆତଙ୍କିତ କରିଛି। ଟ୍ରେନ୍ ଅପହରଣ ଘଟଣା ପଛରେ ଭାରତର ହାତ ରହିଛି ବୋଲି ପୁଣି ଥରେ ପାକିସ୍ତାନ କହିଛି। ତେବେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି। ସେପଟେ ଭାରତ ପକ୍ଷରୁ ସମାଲୋଚନା କରାଯିବା ପରେ ମଧ୍ୟ ପାକିସ୍ତାନୀ ସେନା ଅଭିଯୋଗ କରିବାରୁ ବିରତ ହେଉନାହିଁ । ପୁଣି ଥରେ ସେ ନିଜ ବିଫଳତାକୁ ଲୁଚାଇ ଏହି ଘଟଣାକୁ ଭାରତ କୁ ଦାୟୀ କରିଛନ୍ତି ।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସେନା ଡିଜି ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀ ପୁଣି ଥରେ ଭାରତ ଉପରେ ଅଭିଯୋଗ ଆଣିଛନ୍ତି। ଏହି ଆତଙ୍କବାଦୀ ଘଟଣାର ଲିଙ୍କ ପଡୋଶୀ ଦେଶରୁ ଆସୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବେଲୁଚିସ୍ତାନରେ ଯାହା ଘଟିଛି ଏବଂ ଆତଙ୍କବାଦର ପୂର୍ବ ଘଟଣା, ଆମେ ବୁଝିପାରୁଛୁ ଯେ ଏହାର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ଆମ ପଡ଼ୋଶୀ। ସେ କହିଛନ୍ତି ଯେ ଭାରତ ହେଉଛି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ । ଏହା ଭାରତର ଯୋଜନା ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ସହ ଡିଜି ଭାରତୀୟ ଗଣମାଧ୍ୟମ ଉପରେ ମିଥ୍ୟା ଭିଡିଓ ପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe