ପାକିସ୍ତାନୀ ଏୟାରପୋର୍ଟକୁ ହାତେଇଲା ଚୀନ

ପାକିସ୍ତାନର ଗ୍ବାଦର ସହରରେ ନିର୍ମିତ ଏକ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଏହି ବିମାନ ବନ୍ଦରରେ ସୁରକ୍ଷା ପାଇଁ ବହୁ ସଂଖ୍ୟକ ଚାଇନା ଉପକରଣ ଲଗାଯାଇଛି। ଖାଲି ସେତିକି ନୁହେଁ, ଚୀନରୁ ଆସୁଥିବା ଜାହାଜ ସମୟରେ ଚୀନସେନାର ସ୍ପେଶାଲ ସ୍କ୍ୱାଡ୍ ଏଠାରେ ମୁତୟନ ରହିବେ।

qwe

କରାଚି : ପାକିସ୍ତାନର ଗ୍ବାଦର ସହରରେ ନିର୍ମିତ ଏକ ଏୟାରପୋର୍ଟକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଏହି ବିମାନ ବନ୍ଦରରେ ସୁରକ୍ଷା ପାଇଁ ବହୁ ସଂଖ୍ୟକ ଚାଇନା ଉପକରଣ ଲଗାଯାଇଛି। ଖାଲି ସେତିକି ନୁହେଁ, ଚୀନରୁ ଆସୁଥିବା ଜାହାଜ ସମୟରେ ଚୀନସେନାର ସ୍ପେଶାଲ ସ୍କ୍ୱାଡ୍ ଏଠାରେ ମୁତୟନ ରହିବେ। କରାଚିରୁ ଆସିଥିବା ପ୍ରଥମ ବିମାନ ଗ୍ୱାଦର ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ ଚୀନ୍ ସେନା ମୁତୟନ ହୋଇଥିଲା। ବେଲୋଚ୍ ଆତଙ୍କବାଦୀଙ୍କ ଭୟରେ ବିମାନବନ୍ଦର ଉଦଘାଟନ ଓ ବିମାନ ଚଳାଚଳ ମାସ ମାସ ଧରି ବିଳମ୍ବିତ ହୋଇଥିଲା । ଏବେ ଏୟାରପୋର୍ଟଟି କାର୍ଯ୍ୟକ୍ଷମ ହେବା ପରେ ତାହା ସଂପୂର୍ଣ୍ଣଭାବେ ଚୀନ ନିୟନ୍ତ୍ରଣକୁ ଚଲିଯିବାପରି ଲାଗୁଛି ।

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ୍ ଦ୍ୱାରା ନିର୍ମିତ ଗ୍ୱାଦର ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ସୋମବାର ସନ୍ଧ୍ୟାରେ କରାଚିରୁ ଆସିଥିବା ପ୍ରଥମ ବିମାନ୪୬ ଜଣ ଯାତ୍ରୀଙ୍କୁ ନେଇ ପାକିସ୍ତାନର ଗ୍ୱାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଭୟରେ ଗ୍ୱାଦରକୁ ଯାଉଥିବା ସମସ୍ତ ରାସ୍ତା ଅବରୋଧ କରାଯାଇଥିବା ବେଳେ ଆଖପାଖ ସମୁଦ୍ରରେ ମଧ୍ୟ ସେଠାରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଥିଲା। ଏୟାରପୋର୍ଟରେ ଚୀନ ଦ୍ବାରା ଲଗାଯାଇଥିବା ଉପକରଣ ସମ୍ଭାବ୍ୟ ଡ୍ରୋନ ଓ ଅନ୍ୟ ଆକ୍ରମଣକୁ ଅଟକାଇବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe