ପୁଞ୍ଚ୍‌ରେ ପାକ୍‌ ସେନାର ଗୁଳିବର୍ଷା, ଅଳ୍ପକେ ବର୍ତ୍ତିଲେ ୪୦୦

ପୁଞ୍ଚ୍‌ରେ ପାକ୍‌ ସେନାର ଗୁଳିବର୍ଷା, ଅଳ୍ପକେ ବର୍ତ୍ତିଲେ ୪୦୦

ଜମ୍ମୁ: ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଆଜି ପାକ୍‌ ସେନା ପକ୍ଷରୁ ଏକ ବାଣିଜ୍ୟିକ କେନ୍ଦ୍ରକୁ ଟାର୍ଗେଟ୍‌ କରି ଭୟଙ୍କର ଗୁଳିଗୋଳା ମାଡ଼ ହୋଇଛି। ଚକ୍କନ ଦା ବାଘ୍‌ ସ୍ଥିତ ବାଣିଜ୍ୟିକ କେନ୍ଦ୍ରରେ ଆଜି ବହୁ ସଂଖ୍ୟାରେ ସରକାରୀ ଅଧିକାରୀ, ପୁଲିସ, ପ୍ରବ‌ାସୀ ଅଧିକାରୀ ଏବଂ ଶ୍ରମିକମାନେ ଉପସ୍ଥିତ ଥିବାବେଳେ ପାକିସ୍ତାନ ପଟୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଅନେକ ମୋର୍ଟାର ଆସି ବାଣିଜ୍ୟ କେନ୍ଦ୍ର ନିକଟରେ ପଡ଼ିଥିଲା। ତେବେ ପାକ୍‌ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପ୍ରାୟ ୪୦୦ ଲୋକ। ପୂର୍ବାହ୍ନ ୧୦.୪୫ ସମୟରେ ପାକ୍‌ ସେନା ଦ୍ବାରା ମୋର୍ଟାର ମାଡ଼ କରାଯାଇଥିଲା। ମିଳିଥିବା ସୂଚନାନୁାୟୀ ବାଣିଜ୍ୟିକ କେନ୍ଦ୍ର ବାହାରେ ଗୋଟିଏ ମୋର୍ଟାର ସେଲ୍ ପଡ଼ିଥିବାବେଳେ ବାଣିଜ୍ୟିକ କେନ୍ଦ୍ର ପରିସରରେ ଦୁଇଟି ମୋର୍ଟାର ସେଲ୍‌ ପଡ଼ିଛି। କିନ୍ତୁ ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି। ସେପଟେ ପୁଞ୍ଚ୍‌ ଜିଲ୍ଲାର କରମରା ଅଞ୍ଚଳ ସ୍ଥିତ ଖାରିରେ ପାକ୍‌ ସେନା ଦ୍ବାରା ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ପ୍ରବଳ ଗୁଳିଗୋଳା ମାଡ଼ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ଆଜି ଗୋଟିଏ ଦିନରେ ପାକ୍‌ ସେନା ଦୁଇଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତକାଲି ମଧ୍ୟ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe