ପାକିସ୍ତାନରେ କେତେ ଆତଙ୍କବାଦୀ ଅଛନ୍ତି ?

ପାକ୍ ସେନା କହିଛି ଯେ ପାକିସ୍ତାନରେ ଏତେ ଆତଙ୍କବାଦୀ ଅଛନ୍ତି ଯେ ଦିନକୁ ୧୩୦ଟି ଅପରେସନ କରିବାକୁ ପଡ଼ୁଛି । ଏପରିକି କଶ୍ମୀରରେ ବି ଏପରି ସ୍ଥିତି ନାହିଁ । ଗତ ମାସରେ ୪ ହଜାର ଅପରେସନ କରାଯାଇଛି ।

ଅଦ୍ୟତନ ହୋଇଛି
terrorist2

ଇସ୍ଲାମାବାଦ : ପାକିସ୍ତାନ ସରକାର ସାରା ବିଶ୍ୱରେ ପ୍ରଚାର କରୁଛନ୍ତି ଯେ ସେମାନେ କେବେ ବି ଆତଙ୍କବାଦୀଙ୍କୁ ପାଳନ କରନ୍ତି ନାହିଁ । କିନ୍ତୁ ଏବେ ପାକିସ୍ତାନ ସେନା ଶେହବାଜ ସରିଫ ସରକାରଙ୍କ ପର୍ଦ୍ଦାଫାସ କରିଛି। ପାକ୍ ସେନା କହିଛି ଯେ ପାକିସ୍ତାନରେ ଏତେ ଆତଙ୍କବାଦୀ ଅଛନ୍ତି ଯେ ଦିନକୁ ୧୩୦ଟି ଅପରେସନ କରିବାକୁ ପଡ଼ୁଛି । ଏପରିକି କଶ୍ମୀରରେ ବି ଏପରି ସ୍ଥିତି ନାହିଁ ।

ପାକ୍ ସେନା କହିଛି ଯେ ପାକିସ୍ତାନରେ ଏତେ ଆତଙ୍କବାଦୀ ଅଛନ୍ତି ଯେ ଦିନକୁ ୧୩୦ଟି ଅପରେସନ କରିବାକୁ ପଡ଼ୁଛି । ଏପରିକି କଶ୍ମୀରରେ ବି ଏପରି ସ୍ଥିତି ନାହିଁ ।

ପାକ୍ ପୋର୍ଟାଲ୍ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନା ମୁଖପାତ୍ର କହିଛନ୍ତି, ପାକିସ୍ତାନରେ ଏତେ ସଂଖ୍ୟକ ଆତଙ୍କବାଦୀ ଅଛନ୍ତି ଯେ ପାକିସ୍ତାନ ସେନାକୁ ଦୈନିକ ୧୩୦ ଅପରେସନ୍ କରିବାକୁ ପଡ଼ୁଛି। ମାତ୍ର ୮ ମାସ ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ୩୨,୧୭୩ ଅପରେସନ୍ କରାଯାଇଛି। ସେଥିମଧ୍ୟରୁ କେବଳ ଗତ ମାସରେ ୪୦୨୧ଟି ଅପରେସନ କରାଯାଇଥିଲା, ଯେଉଁଥିରେ ୯୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ସେନା, ଗୁଇନ୍ଦା ଏଜେନ୍ସି ଏବଂ ପୋଲିସ ଦୈନିକ ୧୩୦ରୁ ଅଧିକ ଅପରେସନ ଚଳାଇଛନ୍ତି, ତଥାପି ଆତଙ୍କବାଦୀମାନେ ଶେଷର ନାଁ ନେଉନାହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାଶ୍ମୀରରେ ମଧ୍ୟ ଏଭଳି ସ୍ଥିତି ନାହିଁ । ଏଠାରେ ସେନାକୁ ମାସକ ମଧ୍ୟରେ ଅଳ୍ପ କିଛି ଅପରେସନ କରିବାକୁ ପଡିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe