ଆର୍ନିଆ ସେକ୍ଟରରେ ପାକ୍‌ ଗୁଳିବର୍ଷା

Advertisment

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ

ଆର୍ନିଆ ସେକ୍ଟରରେ ପାକ୍‌ ଗୁଳିବର୍ଷା

ଶ୍ରୀନଗର: ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ବିଏସ୍‌୍‌ଏଫ୍‌ର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ପରେ ଛତ୍ରଭଙ୍ଗ ଦେଇଥିବା ପାକ୍‌ ରେଂଜର୍ସ ଆଜି ଆର୍ନିଆ ସେକ୍ଟରରେ ଗୁଳିବର୍ଷା କରିଛନ୍ତି। ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ପାଇଁ ଏଭଳି ଗୁଳିବର୍ଷା କରାଯାଇଥିବା ବେଳେ ଭାରତ ଏହାର ଯଥୋଚିତ ଜବାବ ଦେଇ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛି। ବିଏସଏଫ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଘନ କୁହୁଡ଼ିର ଆଶ୍ରୟ ନେଇ ଆଉ ୪ ଜଣ ଆତଙ୍କବାଦୀ ପାକ୍‌ ଅଧିକୃତ କଶ୍ମୀର ଭିତରକୁ ପଳାଇଯିବାରେ ସକ୍ଷମ ହୋଇଛନ୍ତି। ଆଜି ସକାଳେ ଅନୁପ୍ରବେଶ ସଂପର୍କରେ ଗୁଇନ୍ଦା ସୂଚନା ପାଇ ବିଏସଏଫ ଅଧିକାରୀମାନେ ଏହା ଉପରେ କଡ଼ା ନଜର ରଖିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୯ଟା ବେଳେ ପାକିସ୍ତାନ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ଜଣାପଡ଼ିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଜଣେ ଆତଙ୍କବାଦୀ ନିପାତ ହେବାପରେ ଅନ୍ୟମାନେ ଖସି ପଳାଇଥିଲେ। ଅନୁପ୍ରବେଶକୁ ରୋକିବା ପାଇଁ ବିଏସ୍‌୍‌ଏପ୍‌୍‌ ଆର୍ନିଆ ସେକ୍ଟରରେ ଏବେ ସୁରକ୍ଷା କଡ଼ାକଡ଼ି କରିଛି। ସମ୍ଭାବ୍ୟ ଅନୁପ୍ରବେଶ ପଥଗୁଡ଼ିକୁ ସିଲ୍‌ କରାଯିବା ସହ ଅତ୍ୟାଧୁନିକ ସେନ୍‌ସର ମେସିନ୍‌ ସ୍ଥାପନ କରାଯାଇଛି । ସ୍ୟାଟେଲାଇଟ୍‌ ଛବି ଅନୁଧ୍ୟାନରୁ ମଧ୍ୟ ଆତଙ୍କବାଦୀ ଗତିବିଧି ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe