ଶ୍ରୀନଗର : ଜମ୍ମୁ କଶ୍ମୀରର ନୌଗାମ୍ ସେକ୍ଟରରେ ଆଜି ପାକିସ୍ତାନର ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି। ନୌଗାମ୍ ସେକ୍ଟରର ଏଲଓସି ନିକଟସ୍ଥ ଫରୱାର୍ଡ ପୋଷ୍ଟ୍କୁ ଟାର୍ଗେଟ୍ କରି ପାକ୍ ରେଂଜର୍ସମାନେ ଆଜି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲେ। ଭାରତୀୟ ସେନାବାହିନୀ ମଧ୍ୟ ଉଚିତ୍ ଜବାବ ଦେଇ ପାଲଟା ଆକ୍ରମଣ କରିବା ଫଳରେ ୨ ଜଣ ପାକ୍ ରେଂଜର୍ସ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତେବେ ଅନ୍ୟ ବ୍ୟାଟ୍ (ବର୍ଡର ଆକ୍ସନ୍ ଟିମ୍) ସଦସ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି।
ପାକ୍ ଆକ୍ରମଣ ଉଦ୍ୟମ ପଣ୍ଡ: ସେନା ଗୁଳିରେ ୨ ପାକ୍ ରେଂଜର୍ସ ନିହତ
Advertisment
Follow Us