ବର୍ଷା ଯୋଗୁଁ ପାକିସ୍ତାନ-ବାଂଲାଦେଶ ମ୍ୟାଚ ବିଳମ୍ବିତ

ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନବମ ମ୍ୟାଚ୍ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଜି ( ଗୁରୁବାର) ଖେଳାଯିବାର ଅଛି। ତେବେ ଏହି ମ୍ୟାଚ୍ ବର୍ଷା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା। ରିପୋର୍ଟ ଲେଖାଯିବା ବେଳକୁ ଟସ୍ ମଧ୍ୟ ହୋଇନାହିଁ।

ଅଦ୍ୟତନ ହୋଇଛି
icc

ରାଓ୍ବଲପିଣ୍ଡି: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନବମ ମ୍ୟାଚ୍ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଜି ( ଗୁରୁବାର) ଖେଳାଯିବାର ଅଛି। ତେବେ ଏହି ମ୍ୟାଚ୍ ବର୍ଷା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା। ରିପୋର୍ଟ ଲେଖାଯିବା ବେଳକୁ ଟସ୍ ମଧ୍ୟ ହୋଇନାହିଁ।

ରୁବାର ଅପରାହ୍ନ ୨ଟାରେ ପାକିସ୍ତାନ ଓ ବାଂଲାଦେଶ ମ୍ୟାଚ୍ ଟସ୍ ହେବାର ଥିଲା। କିନ୍ତୁ ଏହାର ଠିକ୍ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ବର୍ଷା ଯୋଗୁଁ ପଡ଼ିଆକୁ ଆବୃତ କରାଯାଇଥିଲା। ମ୍ୟାଚ୍ ଅପରାହ୍ନ ସାଢ଼େ ୨ଟାରେ ଆରମ୍ଭ ହେବାର ଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା। ଅପରାହ୍ନ ସାଢ଼େ ୩ଟା ବେଶକୁ ବର୍ଷା ଲାଗି ରହିଥିଲା ଓ ପଡ଼ିଆରେ କଭର ରହିଥିଲା ।  ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ମ୍ୟାଚ୍ ହେବା ସମ୍ଭବ ଲାଗୁନହାଇଂ ।  ବର୍ଷା ବନ୍ଦ ନହେଲେ ମ୍ୟାଚ୍ ବାତିଲ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe