ଭାରତ ସୀମାର ୧୧ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରିଥିବା ୧୦ଜଣ ପାକିସ୍ତାନୀ ଗିରଫ, ଡଙ୍ଗା ଜବତ

Advertisment
ଭାରତ ସୀମାର ୧୧ କିଲୋମିଟର ପର୍ଯ୍ୟନ୍ତ ପ୍ରବେଶ କରିଥିବା ୧୦ଜଣ ପାକିସ୍ତାନୀ ଗିରଫ, ଡଙ୍ଗା ଜବତ

ndtv

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଗିରଫ ହେଲେ ୧୦ପାକିସ୍ତାନୀ। ଭାରତୀୟ ନୌସେନା ଗତକାଲି ରାତିରେ ଆରବ ସାଗରରୁ ଏକ ଡଙ୍ଗା ସହ ୧୦ଜଣ ପାକିସ୍ତାନୀଙ୍କୁ ଗିରଫ କରିଛି। ୧୦ଜଣ ପାକିସ୍ତାନୀ ଡଙ୍ଗା ସହିତ ଭାରତ ସୀମା ଭିତରକୁ ପ୍ରବେଶ କରିଥିଲେ। ଏନେଇ ସୂଚନା ପାଇବା ପରେ ସମସ୍ତ ୧୦ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭାରତୀୟ ନୌସେନା ।

ସୂଚନା ଅନୁଯାୟୀ, ପାକିସ୍ତାନୀ ଡଙ୍ଗାର ନାମ 'ୟାସିନ୍' ଥିବା ବେଳେ ବନ୍ଦୀ ହୋଇଥିବା ସମସ୍ତ ପାକିସ୍ତାନୀଙ୍କୁ ପୋରବନ୍ଦରକୁ ଅଣାଯାଉଛି। ଏଠାରେ ପାକିସ୍ତାନୀ ଡଙ୍ଗା ସମେତ ଗିରଫ ହୋଇଥିବା ଲୋକଙ୍କୁ ଅଧିକ ପଚରାଉଚରା କରାଯିବ। ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ଗିରଫ ୧୦ଜଣଙ୍କ ପାଖରେ କୌଣସି କାଗଜପତ୍ର ନଥିବାରୁ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ପୋରବନ୍ଦରକୁ ଅଣାଯାଉଛି। ପାକିସ୍ତାନୀ ଡଙ୍ଗା ପ୍ରାୟ ୧୧କିଲୋମିଟର ପର୍ଯ୍ୟନ୍ତ ଭାରତ ସୀମା ଭିତରକୁ ପ୍ରବେଶ କରିଛି। କୋଷ୍ଟଗାର୍ଡ ଜାହାଜ ସେମାନଙ୍କୁ ଦେଖିବା ପରେ ସେମାନଙ୍କୁ ଅଟକିବାକୁ କୁହାଯାଇଥିଲା। କିନ୍ତୁ ପାକିସ୍ତାନୀମାନେ ଏକ ଡଙ୍ଗା ସାହାଯ୍ୟରେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ପରେ ସେମାନଙ୍କୁ କାବୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe