ବାଲୋଚିସ୍ତାନରେ ୨ ଅଧିକାରୀଙ୍କ ସମେତ ୬ଜଣ ସୈନିକ ଥିବା ପାକିସ୍ତାନ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ: ରିପୋର୍ଟ

ବାଲୋଚିସ୍ତାନରେ ୨ ଅଧିକାରୀଙ୍କ ସମେତ ୬ଜଣ ସୈନିକ ଥିବା ପାକିସ୍ତାନ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ: ରିପୋର୍ଟ

ନୂଆଦିଲ୍ଲୀ: ୨ଜଣ ମେଜର୍‌ ପାହ୍ୟାର ଅଧିକାରୀ ଓ ଅନ୍ୟୂନ ୩ଜଣ ‘ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌’ (ଏସ୍‌ପିଜି) କମାଣ୍ଡୋଙ୍କ ସମେତ ସମୁଦାୟ ୬ଜଣ ଥିବା ପାକିସ୍ତାନ ସେନାର ଗୋଟାଏ ହେଲିକପ୍ଟର୍‌ ବାଲୋଚିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।

ସାମ୍ବାଦିକ ମୋନା ଖାଁ ଟୁଇଟ୍‌ କରି ଲେଖିଛନ୍ତି: ଅତି ଦୁର୍ଭାଗ୍ୟଜନକ ଓ ଦୁଃଖଦ ସମାଚାର। ଆଉ ଗୋଟାଏ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ବାଲୋଚିସ୍ତାନରୁ ଆସୁଛି। ସେଥିରେ ୨ଜଣ ମେଜର୍‌ ଓ ୩ଜଣ ‘ଏସ୍‌ଏସ୍‌ଜି’ କମାଣ୍ଡୋଙ୍କ ସମେତ ୬ଜଣ ଥିଲେ।

publive-image Image Courtesy of India Today

‘ରଏଟର୍ସ’ ରିପୋର୍ଟ ଅନୁସାରେ, ବାଲୋଚିସ୍ତାନ ପ୍ରଦେଶର ହର୍‌ନାଇ ନିକଟରେ ଉଡ଼ାଣ ଅଭିଯାନ ସମୟରେ ହେଲିକପ୍ଟର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ସେନାର ଜନସମ୍ପର୍କ ଶାଖା ଏକ ବିବୃତିରେ କହଛି।

କିନ୍ତୁ, ଦୁର୍ଘଟଣାର କାରଣ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

ଗତ ଅଗଷ୍ଟ ମାସରେ ମଧ୍ୟ, କ୍ବେଟ୍ଟା କର୍ପସ୍‌ କମାଣ୍ଡର୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ସରାଫଜ୍‌ ଅଲି ଏବଂ ଆଉ ୫ଜଣଙ୍କୁ ନେଇ ଯାଉଥିବା ପାକିସ୍ତାନ ସେନାର ଏକ ହେଲିକପ୍ଟର୍‌ ବାଲୋଚିସ୍ତାନର ଲାସ୍‌ବେଲା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe