କରାଚୀ: ନାବାଳିକା ବୋଲି ଝିଅଘର ଲୋକେ କହିବା ସତ୍ତ୍ବେ ଗୁରୁବାର ଦିନ କରାଚୀର ଏକ ଅଦାଲତ ଚନ୍ଦା ନାମ୍ନୀ ଜଣେ ହିନ୍ଦୁ ଝିଅର ଅପହରଣକାରୀ ସପକ୍ଷରେ ରାୟ ଦେଇ ଝିଅଟିକୁ ସେଲ୍ଟର୍ ହୋମ୍କୁ ପଠାଇ ଦେଇଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଅକ୍ଟୋବର ୧୩ ତାରିଖରେ ଶାମାନ୍ ମାଗ୍ସି ବାଲୋଚ୍ ନାମରେ ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଚନ୍ଦା ମହାରାଜ ନାମ୍ନୀ ଜଣେ ୧୫ ବର୍ଷୀୟ ନାବାଳିକାକୁ କରାଚୀ ପୁଲିସ ଗୋଟାଏ ଭଡ଼ାଘରୁ ଉଦ୍ଧାର କରିଥିଲା।
Image Courtesy of OP Indiaକରାଚୀ ଅଦାଲତରେ ହାଜର କରାଯିବା ପରେ ନାବାଳିକାଟି ଅପହୃତା ହେବା ପରେ ଭୋଗିଥିବା ବ୍ୟଭିଚାର କଥା ବଖାଣିଥିଲା। ସେ କହିଥିଲା କି, ପୁଲିସ ଉଦ୍ଧାର କରିବାର ସପ୍ତାହକ ଆଗରୁ ତାକୁ ଜବରଦସ୍ତି ଇସ୍ଲାମ୍ ଧର୍ମରେ ଦୀକ୍ଷିତ କରାଯାଇଥିଲା। ତା’ପରେ ତାକୁ ଯୌନ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା।
Image Courtesy of ANIଚନ୍ଦା ମହାରାଜକୁ ‘କରାଚୀ ସେଲ୍ଟର୍ ହୋମ୍ ଫର୍ ଗାର୍ଲସ୍’କୁ ପଠାଇ ଦିଆଯାଇଥିବା ବେଳେ ଅଭିଯୁକ୍ତ ଶାମାନ୍ ମାଗ୍ସି ବାଲୋଚ୍ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ଚନ୍ଦାଙ୍କ ପରିବାର ଲୋକେ କହିଛନ୍ତି।
ଅଦାଲତ ଚନ୍ଦାକୁ ପିତାମାତାଙ୍କ ସହିତ ଯିବାକୁ ଅନୁମତି ନ ଦେବାରୁ ସେ କାନ୍ଦି କାନ୍ଦି ସେମାନଙ୍କ ପାଖକୁ ଧାଇଁ ଗଲା। ସେମାନେ ତାକୁ କୋଳାଇ ନେଲେ। ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାର କିଛି ଦିନ ପରେ ଅଦାଲତ ନିଜ ନିଷ୍ପତ୍ତି ସାମାନ୍ୟ ପରିବର୍ତ୍ତନ କଲେ। ଚନ୍ଦାକୁ ଗୋଟାଏ ଗୁପ୍ତ ଘରକୁ ଯିବା ଓ ଡାକ୍ତରୀ ରିପୋର୍ଟ କରାଇବା ଲାଗି ଅଦାଲତ ଆଦେଶ ଦେଇଛନ୍ତି।
ଚନ୍ଦା ମହାରାଜଙ୍କ ମାଆ କହିଛନ୍ତି, ଶାସନ ବ୍ୟବସ୍ଥା ଉପରେ ତାଙ୍କର ଭରସା ନାହିଁ। ତଥାପି ଆଶା କରୁଛି, ସରକାର ଓ ଅଦାଲତ ତାଙ୍କ କଥା ବିଚାର କରିବେ।
Follow Us