ଉରିରେ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ନିପାତ କଲା ସେନା, ଖସାଇବାକୁ ପାକ୍ ପଟରୁ ହେଲା ଗୁଳିଚାଳନା

Advertisment
ଉରିରେ ଭାରତ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ନିପାତ କଲା ସେନା, ଖସାଇବାକୁ ପାକ୍ ପଟରୁ ହେଲା ଗୁଳିଚାଳନା

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରୁ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ଦେଇ (ଏଲ୍‌ଓସି) ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ଆଜି ଗୁଳିକରି ନିପାତ କରିଛି। ସେନା ପକ୍ଷରୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବାରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ପାକ୍‌ ସେନା ‘କଭରିଂ ଫାୟାର’ ଚଳାଇଥିଲା।

ଦୁଇ ଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ସେନାର ଚିନାର କର୍ପସ୍‌ ଏକ୍ସ (ପୂର୍ବର ଟ୍ଵିଟର)ରେ କରିଥିବା ଏକ ପୋଷ୍ଟରେ କହିଛି।

ତୃତୀୟ ଆତଙ୍କବାଦୀକୁ ଧରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ଭାରତୀୟ ସେନା ଊପରକୁ ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା ବୋଲି ଚିନାର କର୍ପସ୍‌ କହିଛି। ଏହା ୨୦୨୧ରେ ହୋଇଥିବା ନିୟନ୍ତ୍ରଣ ରେଖା ଅସ୍ତ୍ରବିରତିର ସ୍ପଷ୍ଟ ଉଲ୍ଲଂଘନ। ଏବେ ବିି ଉରି ସେକ୍ଟରରେ ଅପରେସନ୍‌ ଜାରି ରହିଛି ବୋଲି ସେନା କହିଛି।

ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ ଗୁଇନ୍ଦା ଏଜେନ୍‌ସିର ମିଳିତ ଅପରେସନରେ ଆଜି ସକାଳେ ବାରାମୁଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯାଇଛି। ଅନୁପ୍ରବେଶ ଉଦ୍ୟମ କରିଥିବା ୩ ଜଣ ଆତଙ୍କବାଦୀଙ୍କୁ ସତର୍କ ଭାରତୀୟ ସେନା ଗୁଳିକରି ନିପାତ କରିଥିଲେ ବୋଲି ଚିନାର କର୍ପସ୍‌ ଏକ୍ସରେ ପୋଷ୍ଟ୍‌ରେ କହିଛି।

ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇ ମୃତଦେହ ଉଦ୍ଧାର କରାଯାଇଛି। ନିୟନ୍ତ୍ରଣ ରେଖା ନିକଟରେ ପାକ୍‌ ପୋଷ୍ଟ୍‌ର ଗୁଳିମାଡ଼ରେ ତୃତୀୟ ଆତଙ୍କବାଦୀ ନିହତ ହୋଇଥିଲେ ହେଁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅନ୍ୟପକ୍ଷରେ ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଭାରତୀୟ ସେନାର ଆଉ ଏକ ଏନକାଉଣ୍ଟର ଚତୁର୍ଥ ଦିନରେ ପ୍ରବେଶ କରିଛି। ସେଠାରେ ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe