ଦୁଇ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପାକିସ୍ତାନର ଉଦ୍ୟମ ୟୁଏନଏସସିରେ ବିଫଳ

Advertisment
ଦୁଇ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପାକିସ୍ତାନର ଉଦ୍ୟମ ୟୁଏନଏସସିରେ ବିଫଳ

ndtv

ନ୍ୟୁୟର୍କ:  ଦୁଇ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା  କରିବା ଉଦ୍ୟମ  ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ (ୟୁଏନଏସସି) ବିଫଳ ହୋଇଛି। ଅଙ୍ଗରା ଆପାଜୀ ଏବଂ ଗୋବିନ୍ଦ ପଟ୍ଟନାୟକ ନାମକ ଦୁଇ ଭାରତୀୟଙ୍କୁ  ୟୁଏନଏସସିର  ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ କମିଟି ଦ୍ବାରା  ଆତଙ୍କବାଦୀ  ଭାବରେ ତାଲିକାଭୁକ୍ତ କରିବାକୁ ପାକିସ୍ତାନ ଯୋଜନା କରିଥିଲା। ହେଲେ ପାକର ଏଭଳି ଯୋଜନାକୁ ବିଫଳ କରିଦେଇଥିଲେ ୟୁଏନଏସସିର ପାଞ୍ଚଜଣ ସଦସ୍ୟ । ୟୁଏନଏସସିର ଏହି  କମିଟି ସମ୍ମୁଖରେ ଆମେରିକା, ଫ୍ରାନ୍ସ, ବ୍ରିଟେନ (ବ୍ରିଟେନ), ଜର୍ମାନୀ ଏବଂ ବେଲଜିୟମ ଭାରତୀୟ ନାଗରିକମାନଙ୍କୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିବା ପ୍ରସ୍ତାବକୁ ବିରୋଧ କରିବା ଫଳରେ ପ୍ରସ୍ତାବ କାଟ ଖାଇଛି।

imran-khan oneindia

ଭାରତୀୟ ନାଗରିକଙ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ପାକିସ୍ତାନକୁ ପ୍ରମାଣ ମଗାଯାଇଥିଲା। କିନ୍ତୁ ପାକିସ୍ତାନ କୌଣସି ପ୍ରମାଣ ଦେଇନପାରିବାରୁ ପାଞ୍ଚଟି  ଦେଶ ପାକିସ୍ତାନର ପ୍ରସ୍ତାବକୁ ରୋକିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ମୁତାବକ, ଜୁଲାଇରେ, ପାକିସ୍ତାନ ୟୁଏନଏସସି ସ୍ଥାୟୀ ସଦସ୍ୟ ଏବଂ ଚୀନ୍‌ର ସହାୟତାରେ  ଅଲ କାଏଦା ପ୍ରତିବନ୍ଧକ କମିଟି ଅଧୀନରେ ଦୁଇ ଭାରତୀୟଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲା।

ପାକିସ୍ତାନ ଏହି ଭାରତୀୟମାନଙ୍କ ଉପରେ ବାଲୁଚିସ୍ତାନ ଏବଂ ପେଶାୱରରେ ଆତଙ୍କବାଦୀ ଆକ୍ରମଣ କରିଥିବାର ଅଭିଯୋଗ ଲଗାଇଥିଲା। ଏପରିକି ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜିକୃତ କରିଥିଲା। ଅଙ୍ଗରା କାବୁଲର ଏକ ବ୍ୟାଙ୍କରେ ସଫ୍ଟୱେର୍ ଡେଭଲପର୍ ଭାବରେ କାର୍ଯ୍ୟ କରୁଥିଲେ। ଲାହୋରର ମଲ୍ ରୋଡରେ ଫେବୃଆରୀ ୧୩, ୨୦୧୭ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ସମ୍ପୃକ୍ତ ଥିବା ପାକ୍ ଅଭିଯୋଗ କରିଥିଲା। ପାକିସ୍ତାନର କହିବାନୁସାରେ, ତେହେରିକ-ଇ-ତାଲିବାନଠାରୁ ଅଲଗା ହୋଇଥିବା ନବଗଠିତ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ଅହରାରଙ୍କ ସହଯୋଗରେ ଅଙ୍ଗରା ଏହି ଆକ୍ରମଣ କରିଥିଲା। ତେବେ ଏହାର ପ୍ରମାଣ ଦେବାରେ ପାକିସ୍ତାନ ବିଫଳ ହେବାରୁ ଏବେ ଦୁଇ ଭାରତୀୟଙ୍କୁ ଆତଙ୍କବାଦୀ ଘୋଷଣା କରିବା ପ୍ରସ୍ତାବକୁ ବିରୋଧ କରିଛି ୟୁଏନଏସସି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe