ଶ୍ରୀନଗର: ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଅଂଚଳରେ ଗତରାତିରେ ପାକିସ୍ତାନର ୨ଟି ଯୁଦ୍ଧ ବିମାନକୁ ଠାବ କରାଯିବା ପରେ ବ୍ୟାପକ ସତକର୍ତା ପଦକ୍ଷେପ ଗ୍ରହଣ କରାଯାଇଛି। ପୁଂଚ ସେକ୍ଟରରେ ପାକିସ୍ତାନ ବାୟୁସୀମା ଭିତରେ ଦୁଇଟି ଯୁଦ୍ଧ ବିମାନ ଉଡ଼ୁଥିବା ରାଡାରରେ ଠାବ କରାଯାଇଥିଲା। ଭାରତର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସର୍ବଧିକ ସତର୍କତାରେ ରଖାଯାଇଥିବା ବେଳେ ପାକିସ୍ତାନର ପ୍ରତ୍ୟେକଟି ଗତିବିଧି ଉପରେ ନଜର ରଖାଯାଉଛି। ଭାରତର ଏକ ମିଗ୍ ୨୧ ବିମାନ ପାକିସ୍ତାନର ଏଫ୍ ୧୬ ଯୁଦ୍ଧ ବିମାନକୁ ଖସାଇବାରେ ସକ୍ଷମ ହେବାପରେ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ମଉକା ଖୋଜୁଛି। ଗତରାତିରେ ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନ ପାକିସ୍ତାନ ବାୟୁସୀମାରେ ରହି ଶବ୍ଦ ସୀମାକୁ ଉଲ୍ଲଂଘନ କରିଥିଲା ଏବଂ ପୁଂଚ୍ ଅଂଚଳରେ ଆତଙ୍କ ଖେଳିଯାଇଥିଲା। ଭାରତ ଇତିମଧ୍ୟରେ ପାକିସ୍ତାନର ୩ଟି ସାମରିକ ଡ୍ରୋନ୍କୁ ଖସାଇବାରେ ସକ୍ଷମ ହେବା ପରେ ପାକିସ୍ତାନ ସୀମାରେ ଆତଙ୍କ ଭୟ ସୃଷ୍ଟି କରବାକୁ ପ୍ରୟାସ କରୁଛି।
ଏଲ୍ଓସିରେ ପାକ୍ ଯୁଦ୍ଧ ବିମାନ, ହାଇ ଆଲର୍ଟରେ ବାୟୁସେନା
Advertisment
Follow Us