୪ ମାସରେ ଦ୍ବିତୀୟ ଅସ୍ତ୍ରବିରତି ଉଲ୍ଲଂଘନ: ଜମ୍ମୁରେ ‘ଜେସିବି’ ଉପରକୁ ଗୁଳି ଚଳାଇଲା ପାକିସ୍ତାନ

Advertisment
୪ ମାସରେ ଦ୍ବିତୀୟ ଅସ୍ତ୍ରବିରତି ଉଲ୍ଲଂଘନ: ଜମ୍ମୁରେ ‘ଜେସିବି’ ଉପରକୁ ଗୁଳି ଚଳାଇଲା ପାକିସ୍ତାନ

Image Courtesy of India Today

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ପାକିସ୍ତାନୀ ରେଞ୍ଜର୍‌ମାନେ ଗୋଟାଏ ‘ଜେସିବି’ ଉପରକୁ ଗୁଳି ଚଳାଇଛନ୍ତି। ପ୍ରାୟ ୪ ମାସ ପରେ ଏହା ପାକିସ୍ତାନର ଦ୍ବିତୀୟ ଅସ୍ତ୍ରବିରତି ଉଲ୍ଲଂଘନ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଜମ୍ମୁ ଉପକଣ୍ଠ ସୀମାନ୍ତ ଅଞ୍ଚଳରେ ଦେଖାଶୁଣା କାର୍ଯ୍ୟରେ ‘ଜେସିବି’ଟି ନିୟୋଜିତ ଥିବା ବେଳେ ସକାଳ ପ୍ରାୟ ୮.୧୫ ସମୟରେ ତା’ ଉପରକୁ ଗୁଳି ମାଡ଼ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆର୍ଣ୍ଣିଆ ସେକ୍ଟର୍‌ର ବିକ୍ରମ ପୋଷ୍ଟ୍‌ ଅଞ୍ଚଳରେ ଅରମା ପରିଷ୍କାର କାମରେ ଲାଗିଥିବା ଗୁଳି ନିରୋଧକ ‘ଜେସିବି’ ଦେଖି ପକାଇ ପାକିସ୍ତାନୀ ରେଞ୍ଜର୍‌ମାନେ କେତେ ରାଉଣ୍ଡ୍ ଗୁଳି ଚଳାଇଥିଲେ।

ପାଲଟା ଜବାବ ଦେବାକୁ ଯାଇ ‘ବିଏସ୍‌ଏଫ୍‌’ ମଧ୍ୟ କେତେ ରାଉଣ୍ଡ୍‌ ଗୁଳି ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। କିନ୍ତୁ, ଏଥିରେ କେହି ମୃତାହତ ହୋଇ ନାହାନ୍ତି ଏବଂ କିଛି ସମୟ ପରେ ଆନ୍ତର୍ଜାତିକ ସୀମାର ପରିସ୍ଥିତି ପୁଣି ସ୍ବାଭାବିକ ହୋଇଯାଇଥିଲା।

publive-image Image Courtesy of Daily Pioneer

କିନ୍ତୁ, ଆନ୍ତର୍ଜାତିକ ସୀମାନ୍ତକୁ ପହରା ଦେଉଥିବା ‘ବିଏସ୍‌ଏଫ୍‌’ ଏ ଘଟଣାକୁ ସୁନିଶ୍ଚିତ କରି ନାହିଁ କି, ଅଗ୍ରାହ୍ୟ ମଧ୍ୟ କରିନାହିଁ।

ସ୍ମରଣଯୋଗ୍ୟ, ମେ ୨ ତାରିଖ ଦିନ ମଧ୍ୟ ପାକିସ୍ତାନୀ ରେଞ୍ଜର୍‌ମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ସାମ୍ବା ଜିଲ୍ଲା ଅନ୍ତର୍ଗତ ରାମଗଡ଼ ସେକ୍ଟର ଆନ୍ତର୍ଜାତିକ ସୀମାନ୍ତରେ ଗୁଳି ବର୍ଷଣ କରିଥିଲେ। ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ‌ଫେବ୍ରୁଆରି ୨୫ ତାରିଖରେ ଦୁଇ ଦେଶ ମଧ୍ୟରେ ରାଜିନାମା ହେବା ପରେ ଏସବୁ ହେଉଛି ପାକିସ୍ତାନ ପଟୁ ପ୍ରାରମ୍ଭିକ ଅସ୍ତ୍ରବିରତି ଉଲ୍ଲଂଘନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe