photo--oneindia
ନୂଆଦିଲ୍ଲୀ: ବିଶ୍ୱକପ୍ରେ ଭାରତ ଯେଉଁ ଭଳି ଭାବେ ପାକିସ୍ତାନକୁ ମାତ୍ ଦେଲା , ତାକୁ ନେଇ ସାରା ଭାରତରେ ଖୁସିର ଲହରି ଖେଳି ଯାଇଛି। ବିଶେଷ କରି ଭାରତୀୟ କ୍ରିକେଟରମାନେ ଏହାକୁ ନେଇ ସବୁଠାରୁ ବେଶି ଖୁସି ଅଛନ୍ତି।ଭାରତୀୟ କ୍ରିକେଟର ଟିମ୍ ମ୍ୟାଚରେ ଜିତିବା ପରେ ଇଂଲାଣ୍ଡରେ ଓଲ୍ଡି ଟ୍ରେଫର୍ଡ,ମଞ୍ଚେଷ୍ଟରରେ ଭାରତୀୟ ପ୍ରଶଂସକମାନେ ଖୁସି ଝୁମି ଉଠିଥିଲେ।
ଏଭଳି ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ୍ କୁରେସୀ ନିଜର ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ୍ରେ ପାକିସ୍ତାନ ପରାଜିତ ହେବା ପରେ ମହମ୍ମୁଦ୍ କୁରେସୀ ନିଜର ପ୍ରତିକ୍ରୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ୍ରେ ପାକିସ୍ତାନ ପରାଜିତ ହେବା ପରେ ମହମୁଦ୍ କରେସୀ କହିଛନ୍ତି ଯେ ଆଗାମୀ ଦିନରେ ମଧ୍ୟ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ହେବା ଆବଶ୍ୟକ।
photo-Cricket Countryପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ୍ କରେସୀ ନିଜେ ଭାରତ ପାକ୍ ମ୍ୟାଚ୍ ଦେଖିବାକୁ ଓଲ୍ଡ ଟ୍ରେଫର୍ଡରେ ପହଞ୍ଚିଥିଲେ। ମ୍ୟାଚ୍ ସରିବା ପରେ ସେ କହିଥିଲେ ଯେ ଭାରତ ଓ ପାକିସ୍ତାନ ଟିମ୍କୁ କ୍ରିକେଟ୍ ଓ ଖେଳ ଭାବନା ପାଇଁ ପରସ୍ପର ସହିତ ଖେଳିବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ ଉଭୟ ଦେଶରେ କ୍ରିକେଟ୍ ଖୁବ୍ ଲୋକପ୍ରିୟ। ଇମ୍ରାନ୍ ଖାନ୍ କ୍ରିକେଟ୍କୁ ଏକ ନୂଆ ପରିଚୟ ଦେଇଛନ୍ତି ବୋଲି ମଧ୍ୟ ସେ କହିଥିଲେ।
Follow Us