ଅପରେସନ୍‌ ସିନ୍ଦୂର ନାଁରେ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ପାକ୍‌ ହ୍ୟାକର୍‌ଙ୍କ ଟାର୍ଗେଟ୍‌

ଚଳିତ ବର୍ଷ ମେ’ରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ପ୍ରତିଷ୍ଠିତ ଆତଙ୍କବାଦୀ ଶିବିର ଧ୍ବଂସ କରାଯାଇଥିଲା। ଏବେ ପାକିସ୍ତାନ...

Untitled-5

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ୍‌ ସିନ୍ଦୂର’ରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ପ୍ରତିଷ୍ଠିତ ଆତଙ୍କବାଦୀ ଶିବିର ଧ୍ବଂସ କରାଯାଇଥିଲା। ଏବେ ପାକିସ୍ତାନ ପକ୍ଷରୁ ଅପରେସନ୍‌ ସିନ୍ଦୂର ନାଁରେ ଭାରତୀୟ ପ୍ରତିରକ୍ଷା ଭିତ୍ତିଭୂମିକୁ ଟାର୍ଗେଟ୍‌ କରି ସାଇବର ଆକ୍ରମଣ ଆରମ୍ଭ କରାଯାଉଛି। ଏଥିରେ ଅପରେସନ୍‌ ସିନ୍ଦୂର ନାଁରେ ବିଭିନ୍ନ ପ୍ରକାର ଇମେଲ୍‌ ପଠାଯାଇ ୟୁଜରଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଉଛି। ଯେପରିକି ‘ଓପି ସିନ୍ଦୂର ଲେସନ୍ସ ଫର୍ ଆକ୍ସନ’ ନାମରେ ଏକ ପିଡିଏଫ୍‌ ଫାଇଲ ଥିବା ଇମେଲ୍‌ ୟୁଜରଙ୍କୁ ନିକଟକୁ ଆସିବ। ଏଥିରେ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଥିବା ଦର୍ଶାଯାଇଥିବ, ଯାହାକୁ ଦେଖି ଇମେଲ୍‌ ବ୍ୟବହାରକାରୀ ପ୍ରଲୋଭିତ ହୋଇ ଖୋଲିବା ପରେ ତା’ର ଗୋପନୀୟ ତଥ୍ୟ ଅନ୍ୟର ହାତକୁ ଚାଲିଯିବ। 

ସେହିପରି ‘ନୋଟ୍ ୱାରଫେୟାର ଅପ୍ସ ସିନ୍ଦୂର ଡଟ ପିଡିଏଫ୍‌ ଡଟ୍‌ ଡେସ୍କଟପ୍’ ନାଁରେ ଆଉ ଏକ ଫାଇଲ ରହିଛି, ଯାହା ସେତେଟା କ୍ଷତିକାରକ ଜଣାପଡ଼ୁନଥିଲେ ମଧ୍ୟ ଏହାକୁ ୟୁଜର ଖୋଲିବା ପରେ ତା’ର କମ୍ପ୍ୟୁଟରର ନିୟନ୍ତ୍ରଣ ହ୍ୟାକର ହାତକୁ ଚାଲିଯାଇଥାଏ। ଏଥିରେ ‘ମେସ୍ଏଜେଣ୍ଟ’ ଗୁପ୍ତ ଭାବେ ଇନଷ୍ଟଲ ହୋଇଯାଏ, ଯାହାକୁ ଅପରାଧିକ କାର୍ଯ୍ୟ ପାଇଁ ରିମୋଟ କଣ୍ଟ୍ରୋଲ ଭାବେ ବ୍ୟବହାର କରାଯାଇଥାଏ। ହ୍ୟାକର ଉକ୍ତ କମ୍ପ୍ୟୁଟରରେ ଥିବା ସମସ୍ତ ଫାଇଲ, ଡାଟା ନିଜ ନିୟନ୍ତ୍ରଣକୁ ନେଇଯାଇଥାଏ। ଲିନକ୍ସ ଆଧାରିତ ଅପେରସନ ସିଷ୍ଟମକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଏହାକୁ ପ୍ରସ୍ତୁତ କରାଯାଇଛି। ଭାରତ ଡିଆରଡିଓ ଦ୍ବାରା ବିକଶିତ ମାୟା ଅପରେଟିଂ ସିଷ୍ଟମ ବ୍ୟବହାର କରୁଛି, ଯାହାକି ଲିନକ୍ସ ଆଧାରିତ ଅପରେଟିଂ ସିଷ୍ଟମ ଉବନ୍ତୁ ଆଧାରରେ ପ୍ରସ୍ତୁତ ହୋଇଛି। ତେବେ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ଟାସ୍କ ପାଇଁ ବିଭାଗ ଗୁଡ଼ିକ ଇଣ୍ଟରନେଟ ଥିବା କମ୍ପ୍ୟୁଟର ବ୍ୟବହାର କରୁ ନଥିବାରୁ ଏହା ସେତେଟା ବିପଜ୍ଜନକ ହୋଇନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe