ପୁଣି ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ବେଦି ଉପରୁ ଅପହରଣ; ଧର୍ମାନ୍ତରୀକରଣ ପରେ ମୁସଲମାନଙ୍କ ସହ ବିବାହ କରାଇଲେ

ପୁଣି ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ବେଦି ଉପରୁ ଅପହରଣ; ଧର୍ମାନ୍ତରୀକରଣ ପରେ ମୁସଲମାନଙ୍କ ସହ ବିବାହ କରାଇଲେ

ସିନ୍ଧ (ପାକିସ୍ତାନ): ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ ବେଦି ଉପରୁ ବଳପୂର୍ବକ  ଅପହରଣ କରି ନିଆଯିବା ସହ ତାଙ୍କର ଧର୍ମାନ୍ତରୀକରଣ କରାଇ ତାଙ୍କୁ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରାଇ ଦିଆଯାଇଥିବା ଜାଣିବାକୁ ମିଳିଛି। ଅପରପକ୍ଷରେ ଏ ଘଟଣାରେ ପାକିସ୍ତାନ ପୁଲିସ୍‌ ପୀଡ଼ିତା ଯୁବତୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅପହରଣକାରୀ ମୁସଲମାନ ଯୁବକମାନଙ୍କୁ ସାହାଯ୍ୟ ସହଯୋଗ କରିଥିବା ନେଇ ଅଭିଯୋଗ ହେବା ପରେ ଏହି ଘଟଣାକୁ କେନ୍ଦ୍ରକରି ଭାରତରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

publive-image ANI

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ମାତିଆରି ଜିଲ୍ଲାର ହାଲା ସହରରେ ବସବାସ କରୁଥିବା ଜନୈକା ହିନ୍ଦୁ ଯୁବତୀ ଭାରତୀ ବାଈ ବିବାହ କରିବା ଉଦ୍ଦେଶ୍ୟରେ ବେଦିରେ ବସିଥିବା ବେଳେ କିଛି ମୁସଲମାନ ଯୁବକ ତାଙ୍କୁ ବଳପୂର୍ବକ ଅପହରଣ କରି ନେଇଥିଲେ। ପରେ ତାଙ୍କର ବଳପୂର୍ବକ ଧାର୍ମାନ୍ତରୀକରଣ କରାଇ ତାଙ୍କୁ ଶାହା ରୁଖ୍‌ ଗୁଲ୍‌ ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କ ସହ ବିବାହ କରାଇ ଦେଇଥିଲେ। ଏ ଘଟଣାରେ ପୀଡ଼ିତାଙ୍କ ପରିବାର ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ପୁଲିସ୍‌ ପୀଡ଼ିତା ଯୁବତୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅପହରଣକାରୀ ମୁସଲମାନ ଯୁବକମାନଙ୍କୁ ସାହାଯ୍ୟ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଛି।

ତେବେ, କେବଳ ଯେ ଭାରତୀ ବାଈଙ୍କ ଏପରି ଅଘଟଣ ଘଟିଛି, ତା’ନୁହେଁ; ପ୍ରତିବର୍ଷ ୧୨ରୁ ୨୮ ବର୍ଷ ମଧ୍ୟରେ ଥିବା ପ୍ରାୟ ୧୦୦୦ ସିନ୍ଧି ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନରେ ଅପହରଣ କରି ନିଆଯିବା ସହ ସେମାନଙ୍କର ଧର୍ମାନ୍ତରୀକରଣ କରାଇ ସେମାନଙ୍କୁ ମୁସଲମାନ ବ୍ୟକ୍ତିମାନଙ୍କ ସହ ବିବାହ କରାଇ ଦିଆଯାଉଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ସିନ୍ଧି ଫାଉଣ୍ଡେସନ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ପାକିସ୍ତାନରେ ସଂଖ୍ୟାଲଘୁ ରୂପେ ବସବାସ କରୁଥିବା ହିନ୍ଦୁ, ଶିଖ୍‌ ଓ ଖ୍ରୀଷ୍ଟିଆନ୍‌ ଯୁବତୀମାନଙ୍କ ସହ ଏପରି ଅଘଟଣ ଘଟୁଥିବା ଜାଣିବା ପାଇଁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe