ଆଫଗାନିସ୍ତାନରେ ମିଳିତ ସରକାର ଗଠନ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପାକ୍ ଆଇଏସଆଇର ମୁଖ୍ୟ

Advertisment
ଆଫଗାନିସ୍ତାନରେ ମିଳିତ ସରକାର ଗଠନ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପାକ୍ ଆଇଏସଆଇର ମୁଖ୍ୟ

indiatoday.in

ନୂଆଦିଲ୍ଲୀ: ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ(ଆଇଏସଆଇ)ର ମୁଖ୍ୟ ଜେନେରାଲ ଫୈଜ ହାମିଦ ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକମାଟିୟରଙ୍କ ସହ ସାକ୍ଷାତ କରିଛନ୍ତି। ଏନେଇ ଟୋଲୋ ନ୍ୟୁଜ୍ ସୂଚନା ଦେଇଥିବା ବେଳେ ଦୁହେଁ ଆଫଗାନିସ୍ତାନରେ ମିଳିତ ସରକାର ଗଠନ ନେଇ ସାକ୍ଷାତ କରିଥିବା ଚର୍ଚ୍ଚ ହେଉଛି।

ଆଫଗାନିସ୍ତାନ ନ୍ୟୁଜ୍ ପୋର୍ଟାଲ କହିଛି ଯେ ଗୁଲବୁଦ୍ଦିନ ହେକମାଟିୟରଙ୍କ ସହ ଫୈଜ ହାମିଦ ଆଫଗାନିସ୍ତାନରେ ଏକ ମିଳିତ ସରକାର ଗଠନ କରିବାକୁ ନେଇ ଆଲୋଚନା କରିଛନ୍ତି। ଗୁଲବୁଦ୍ଦିନ ହେକମାଟିୟର ହିଜବ-ଇ-ଇସଲାମି ଗୁଲବୁଦ୍ଦିନ ଦଳର ମୁଖ୍ୟ ଏବଂ ୧୯୯୦ଦଶକରେ ଦୁଇଥର ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ବିଶେଷ କରି ତାଲିବାନକୁ ନୂତନ ସରକାର ଗଠନ କରିବାରେ ସାହାଯ୍ୟ କରି ଆଫଗାନିସ୍ତାନ ରାଜନୀତିରେ ସେ ଜଣେ ପ୍ରମୁଖ ଖେଳାଳି ଭାବରେ ଅବ୍ୟାହତ ରହିଛନ୍ତି।

ତାଲିବାନ ନିମନ୍ତ୍ରଣ ଦେବା ପରେ ଜେନେରାଲ ଫୈଜ ହାମିଦ ଶନିବାର କାବୁଲରେ ପହଞ୍ଚିଥିଲେ। ସୂତ୍ରରୁ ପ୍ରକାଶ ଯେ, ସାକ୍ଷାତକାର ସମୟରେ ଦୁହେଁ ଆଫଗାନିସ୍ତାନର ସୁରକ୍ଷା, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଆଲୋଚନା କରିଥିବା ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe