ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଆହୁରି ତିକ୍ତ ରହିଛି । ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା କ୍ରୀଡ଼ା ସମ୍ପର୍କ ଉପରେ ପଡ଼ିଛି । ପାକିସ୍ତାନ ସହ କୌଣସି ପ୍ରକାରର ଦ୍ବିପାକ୍ଷିକ କ୍ରୀଡ଼ା ପ୍ରତିଯୋଗିତାକୁ ନିଷିଦ୍ଧ କରିଛି ଭାରତ । ସେପଟେ ପାକିସ୍ତାନ ଦଳ ମଧ୍ୟ ହକି ଏସିଆ କପ୍ ପାଇଁ ଭାରତ ନ ଆସିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଜୁନିଅର ହକି ବିଶ୍ୱକପ୍ ପୂର୍ବରୁ ଏକ ବଡ଼ ଅପଡେଟ୍ ଆସିଛି। ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଦଳ ।
ହକି ଇଣ୍ଡିଆର ମହାସଚିବ ଭୋଳାନାଥ ସିଂହ ଘୋଷଣା କରିଛନ୍ତି ଯେ ପାକିସ୍ତାନ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ଜୁନିଅର ହକି ବିଶ୍ୱକପ୍ ରେ ଅଂଶଗ୍ରହଣ ନିଶ୍ଚିତ କରିଛି। ଏଫଆଇଏଚ ଜୁନିଅର ହକି ବିଶ୍ୱକପ୍ ହକି ବିଶ୍ୱକପ୍ ବିଶ୍ୱର ଏକ ମର୍ଯ୍ୟାଦାଜନକ ଇଭେଣ୍ଟ, ଯେଉଁଥିରେ ବିଶ୍ୱର ୨୧ ବର୍ଷରୁ କମ୍ ଦଳ ଅଂଶଗ୍ରହଣ କରନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦିଏ ଏବଂ ଭବିଷ୍ୟତର ତାରକାମାନଙ୍କୁ ଉଭା ହେବାର ସୁଯୋଗ ପ୍ରଦାନ କରେ। ହକିରେ ଏହାର ଐତିହ୍ୟ ପାଇଁ ଜଣାଶୁଣା ଭାରତ ଏଥର ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ।
Follow Us